ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଥିବା ୩ ଦୁର୍ବୁତ୍ତ ଧରାପଡିଥିବା ସୂଚନା : ଗୁରୁବାର ପ୍ରତିବାଦ ସଭା

ମାହାଙ୍ଗା, ୦୫/୦୩/୨୦୨୫(ଓଡିଶା ସମାଚାର /ଅଭୟ ଜେନା ) -ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟନାୟକଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ପାଳନର ଅବ୍ୟବହିତପୂର୍ବରୁ ଘଟିଛି ଅଘଟଣ ।  ବିଜୁବାବୁଙ୍କ ପ୍ରତିମୂର୍ତ୍ତି କୁ ଦୁର୍ବୁତ୍ତ ମାନେ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଉମର ଗାଁରେ।

କେହି ନଥିବା  ସମୟରେ ଉମର ହନୁମାନ ମନ୍ଦିର ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତିରୁ ଦୁବୃତ୍ତମାନେ ମୁଣ୍ଡକୁ ଅଲଗା କରି ନିକଟରେ ଥିବା ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ।

ଭଦ୍ରେଶ୍ୱର ଥାନା ପୋଲିସ ଓ ସାଲେପୁର ଏସଡିପିଓ ଘଟଣା ସ୍ଥଳରେ ପହଂଚି ନିକଟ ଅଞ୍ଚଳର ସି ସି ଟି ଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଦୋଷୀକୁ ଯଥାଶୀଘ୍ର  ଧରା ନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଥିଲେ ।

ମାତ୍ର ପୋଲିସ ର ତତ୍ପରତା ପରେଏହି କାଣ୍ଡରେ ସମ୍ପୃକ୍ତ ତିନିଜଣ ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ସୂଚନା ଅନୁଯାଇ ଗ୍ରାମବାସୀ ତଥା ବିଜୁ ପ୍ରେମୀ ମାନେ ପ୍ରତିମୂର୍ତ୍ତି ରୁ ବିଛିନ୍ନ ହୋଇଥିବା ମୁଣ୍ଡ କୁ ଯୋଡିବା ପରେ ମୂର୍ତ୍ତିକୁ ପ୍ରତିଷ୍ଠା କରିବା ସହ ଜୟନ୍ତୀ ପାଳନ କରିଛନ୍ତି । ଆସନ୍ତା କାଲି ଗୁରୁବାର ଦିନ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *