୭୦ଗ୍ରାମ୍ ବ୍ରାଉନସୁଗାର, ଗୋଟିଏ ସ୍କୁଟି ଓ ୩ଟି ମୋବାଇଲ୍ ଫୋନ୍ ଜବତ
ଜଗତସିଂହପୁର, ୨୮/୧୦/୨୦୨୫ (ଓଡ଼ିଶା ସମାଚାର)- “ଅପରେସନ୍ ହ୍ବାଇଟ୍ ସ୍ୟାଡୋ” ଜରିଆରେ ଜଗତସିଂହପୁର ପୁଲିସ୍ ୬ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭୦ଗ୍ରାମ୍ ବ୍ରାଉନସୁଗାର, ଗୋଟିଏ ସ୍କୁଟି Honda Activa (OD-21-R-9504). ଓ ୩ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଜଗତସିଂହପୁର ଓହଳ ଗାଁର ସୌମ୍ୟଜିତ ପରିଜା,ସ୍ଵପ୍ନଜିତ ପରିଜା ଓ ତୁଷାର ରଞ୍ଜନ ଦାସ, ଆଭିଜାତ୍ୟ ସାହୁ , ରଞ୍ଜନ କୁମାର ଗୋଛାୟତ ଏବଂ ନାଉଗାଁ ଥାନା ଅଞ୍ଚଳର ରଞ୍ଜିତ ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ଥିବା ଜଗତସିଂହପୁର ପୁଲିସ୍ ସୂଚନା ଦେଇଛନ୍ତି । ପୁଲିସ୍ ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି।
https://www.facebook.com/photo?fbid=1896580721203630&set=a.151066309088422
