ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ
ପାଟକୁରା, ୦୫/୦୩/୨୦୨୫ (ଓଡ଼ିଶା ସମାଚାର)-ବିଶିଷ୍ଟ ଜନନାୟକ,ଇଣ୍ଡୋନେସିଆ ର ଭୂମିପୁତ୍ର,ପ୍ରବାଦ ପୁରୁଷ , ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ସମାବେଶ ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଚଅଁପୁର ଖେଳ ପଡିଆ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା ।
ଏହି କାର୍ୟ୍ୟକ୍ରମରେ ପୂର୍ବତନ ବ୍ଳକ ବିଜେଡି ସଭାପତି ତଥା ପୂର୍ବତନ ସରପଞ୍ଚ ଶୈଳେନ୍ଦ୍ର କୁମାର ମହାନ୍ତି ସଭାପତିତ୍ୱ କରିଥିଲେ ।
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜୁବାବୁଙ୍କ ଗୁଣଗାନ କରିଥିଲେ । ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଓଡ଼ିଶାରେ ପଂଚାୟତରାଜ ବ୍ୟବସ୍ଥାର ମୂଳଦୁଆ ବିଜୁବାବୁ ପକାଇଥିଲେ ଓ ମହିଳା ମାନଙ୍କୁ ପଂଚାୟତ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରାଇବାପାଇଁ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇଥିଲେ ବୋଲି ବିଧାୟକ ସୂଚନା ଦେଇଥିଲେ ।
ଫଳରେ ମହିଳାମାନେ ସଶକ୍ତ ହୋଇପାରିଥିଲେ । ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧିକରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରାଇଥିଲେ ବୋଲି ବିଧାୟକ କହିଥିଲେ । ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା କରି ବିଜୁବାବୁ ଓଡିଶାର ଆର୍ଥିକ ଅବସ୍ଥାରେ ସୁଧାର ଆଣିଥିଲେ ।
ଏହି ସଭାରେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ପ୍ରମୋଦ କୁମାର ରଥ, ଜିଲ୍ଲା ପରିଷଦ ସଭ୍ୟା ଏଲିଜା ସ୍ବାଇ,ବ୍ଲକ ଉପାଧ୍ୟକ୍ଷା ସୈ।ଦାମିନୀ ଆଚାର୍ୟ୍ୟ , ସମିତି ସଭ୍ୟ ରାକେଶ ମହାପାତ୍ର,ବିଜେଡି ଯୁବ ନେତା କ୍ଷିତୀଶ ଦାଶ,ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ଅନ୍ନାଦା ପ୍ରସାଦ ତ୍ରୀପାଠୀ,ପୂର୍ବତନ ସରପଞ୍ଚ ତିର୍ଥାନନ୍ଦ ସ୍ବାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜୁବାବୁ ଙ୍କ ଗୁଣଗାନ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ସରପଞ୍ଚ ସନ୍ତୋଷ ମାହାଳୀ, ପ୍ରଭାତ ନଳିନୀ ଜେନା, ଗୀତାଞ୍ଜଳି ମହାନ୍ତି,ଅନୁସୟା ବେହେରା, ବନଲତା ସ୍ବାଇ,ସଞ୍ଜୁକ୍ତା ମହାପାତ୍ର, ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା, ପ୍ରକାଶ କୁମାର ସାହୁ ଙ୍କ ସମେତ ବହୁ ବିଜୁପ୍ରେମୀ ଓ ବିଜୁ ଜନତା ଦଳ କର୍ମୀ ମାନେ ଉପସ୍ଥିତ ଥିଲେ ।