ଗରଦପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନ ବେତରା ଠାରେ ବାବା ବେଲବଣ ସ୍ୱେଛାସେବୀ ସଂଗଠନ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ମନିଷା ପଣ୍ଡା ଯୋଗଦେଇ ଉତ୍ସବର ଉଦଘାଟନ କରିଥିଲେ । ସେହିପରି ଉତ୍ସବରେ ସୁନାକର ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଦୟାନିଧି ସାହୁ , ସମ୍ମାନୀତ ଅତିଥି କେଦାର ସାମନ୍ତରାୟ , ଭିକାରୀ ଜେନା, ଗୀତାଂଜଳୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବତନ ଜିଲା ପରିଷଦ ସଦସ୍ୟ କମଳ ଲୋଚନ ସେଠୀ ମଂଚ ସଂଯୋଜନା କରିଥିବାବେଳେ ଏଥିରେ ୪୦ ରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ବାବା ବେଲବଣ ମହାପୁରୁଷଙ୍କ ପିଠରେ ବୃକ୍ଷ ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ ,ନାଗରିକର ମୌଲିକ ଅଧିକାରର ସୁରକ୍ଷା, ଭୋଟର ସଚେତନତା ତଥା କୃଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଲକ୍ଷ ରଖି ଏହି ସଂଗଠନ କାର୍ଯ୍ୟ କରିବ ବୋଲି ଏହାର ସଭାପତି ଶ୍ରୀ ଜେନା ସୂଚନା ଦେଇଥିଲେ ।
ବେଲବଣ ସ୍ୱେଛାସେବୀ ସଂଗଠନ ର ଉଦଘାଟନ ଉତ୍ସବ
