ଥୋରିଆପଡା ଗ୍ରାମଦେବତୀ ମା’ ଭୁଆସୁଣୀ ଙ୍କ ବିଶ୍ଵ କଲ୍ୟାଣ ଯଜ୍ଞ ମହୋତ୍ସବ 

କଟକ ସଦର, ୦୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡାର ଗ୍ରାମଦେବତୀ ମା’ଭୁଆସୁଣୀ ଙ୍କ ପ୍ରଥମ ବାର୍ଷିକ ତିନି ଦିନିଆ ଯଜ୍ଞ ମହୋତ୍ସବ ଆଜି (ବୁଧବାର) ଠାରୁ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି।

ଏଥିପାଇଁ ଗ୍ରାମର ମହିଳାମାନେ ଶୋଭାଯାତ୍ରାରେ ଯାଇଁ ପାଇକା ନଦୀରୁ ପବିତ୍ର ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିବା ପରେ ଯାଜ୍ଞିକ ପଣ୍ଡିତ ଓ ଵିଦ୍ୱାନ ବ୍ରାହ୍ମଣମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଜଣାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

 

ଯଜ୍ଞୋତ୍ସଵ ରେ କର୍ତ୍ତା କର୍ତ୍ତୀ ଭାବେ ଗୈ।ରାଙ୍ଗ ସାହୁ (ରୁଲ) ଓ ନିର୍ମଳା ସାହୁ ଯୋଗ ଦେଇଥିବା ବେଳେ ପରିଚାଳନାରେ ବଂଶୀଧର ସାହୁ, ଜୟଦେବ ସାହୁ, ସୋମନାଥ ସାହୁ, ଅଭୟ କୁମାର ସାହୁ, ବିଚିତ୍ରାନନ୍ଦ ସାହୁ, ତ୍ରିଲୋଚନ ସାହୁ, ପ୍ରମୋଦ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ, ବିଶ୍ୱରଂଜନ ସାହୁ, ମୁରଲୀଧର ସେନାପତି, ବଂଶୀଧର ପ୍ରଧାନ, ପ୍ରଦୀପ୍ତ କୁମାର ପ୍ରଧାନ ଙ୍କ ସମେତ ସମସ୍ତ ଗ୍ରାମବାସୀମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *