ବିଶିଷ୍ଟ ସମାଜସେବୀ ବାବାଜୀ ମହାରାଜଙ୍କ ଦେହାନ୍ତ

ଅଂଚଳରେ ଶୋକର ଛାୟା 
ପାଟକୁରା,୦୫/୦୩/୨୦୨୫ (ଓଡିଶା ସମାଚାର )-ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ଗ୍ରାମପଞ୍ଚାୟତ ମହାମୁଦା ଗ୍ରାମର ବିଶିଷ୍ଟ ସମାଜ ସେବୀ ବାବାଜୀ ମହାରାଜ ଆଜି (ବୁଧୁବାର) ପ୍ରତ୍ୟୁଷରେ ୮୨ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ରାଜନୈତିକ ଜୀବନରେ ସେ ସ୍ବର୍ଗତ ବିଜୁପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ରାଜନେତା ତଥା ପୂର୍ବତନ ମନ୍ତ୍ରୀ , ପଟକୁରାର ପୂର୍ବତନ ବିଧାୟକ , ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କର ଏକାନ୍ତ ଅନୁଗତ ଥିଲେ ।

ଅବିଭକ୍ତ ବେଡାରୀ ଗ୍ରାମପଞ୍ଚାୟତ ଓ ବେଡାରୀ ସେବାସମବାୟ ସମିତି ରେ ତାଙ୍କର ଭୂମିକା ଥିଲା । ପରେ ପଦ୍ମପୁର ଗ୍ରାମ ପଂଚାୟତରେ ମଧ୍ୟ ସେ ସକ୍ରିୟ ଭୂମିକା ନେଉଥିଲେ । ଜଣେ ଶାନ୍ତଶିଷ୍ଟ ସରଳ ବ୍ୟକ୍ତିତ୍ୱ ପାଇଁ ସେ ବେଶ୍ ଲୋକପ୍ରିୟ ଥିଲେ । ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ତାଙ୍କର ପୁତ୍ର ଅଟନ୍ତି । ଆଜି ତାଙ୍କ ଦେହାନ୍ତ ଖବର ପାଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମହାମୁଦା ଗ୍ରାମରେ ତାଙ୍କ ବାସଭବନରେ ପହଂଚି ସ୍ବର୍ଗତ ବାବାଜୀ ମହାରାଜ ଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାଶ ମଧ୍ୟ ସ୍ବର୍ଗତ ମହାରାଜଙ୍କ ଶେଷ ଦର୍ଶନ କରିଥିଲେ । ବିଶିଷ୍ଟ ସମାଜ ସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ ମହାମୁଦା ଗ୍ରାମରେ ପହଂଚି ବାବାଜୀ ମହାରାଜଙ୍କ ଅନ୍ତିମ ଦର୍ଶନ କରିଥିଲେ ।

ବିଜେଡି ଯୁବ ନେତା କ୍ଷିତୀଶ ଦାଶ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାସୁଦେବ ବେହେରା, ସମିତି ସଭ୍ୟ ବ୍ରକକିଶୋର ସାହୁ, ଭାଜପା ନେତା ତଥା ସାଂସଦଙ୍କ ବ୍ଲକ ପ୍ରତିନିଧି ଚିତ୍ତରଞ୍ଜନ ଚୌଧୁରୀ, ଭାଜପା ନେତା ଆଲୋକ ଶତପଥୀ, ହେମନ୍ତ ସେଠୀ, ପୂର୍ବତନ ବ୍ଳକ ବିଜେଡି ସଭାପତି ଶୈଳେନ୍ଦ୍ର ମହାନ୍ତି, ସରପଞ୍ଚ ସନ୍ତୋଷ ମହାଳି, ଅଶୋକ ଜେନା, ଜିଲ୍ଲାପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ  ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେହିପରି ନିମାଇଁ ଚରଣ ବେହେରା, ସେକ ମେହରବାନ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ଅଭୟ ରାଉତ, ଜୀବନାନନ୍ଦ ଚୌଧୁରୀ, ଗୌରାଙ୍ଗ ବେହେରା, ଅମୁଲ୍ୟ ଦାଶ, ଦୁଷ୍ମନ୍ତ ସେନାପତି, ରାଜକିଶୋର ପରିଡା,ଭଜହାରି ସେନାପତି, ନଗେନ ସ୍ୱାଇଁ, ସରପଞ୍ଚ ଅମୀୟ ଜେନା, ସରପଞ୍ଚ ଅଭୟ ମଲ,କିଶୋର ମହାରାଜ, ପଦ୍ମଲାଭ ମହାରାଜଙ୍କ ସମେତ ବିଭିନ୍ନ ପଂଚାୟତ ପ୍ରତିନିଧି ମାନେ ମହାରାଜଙ୍କ ବାସଭବନରେ ପହଂଚି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ ।

ଗ୍ରାମ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ପୁତ୍ର ତଥା ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମୁଖାଗ୍ନି ଦେଇଥିଲେ । ତାଙ୍କ ଦେହାନ୍ତ ଖବର ଜଣା ପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *