ଚକାଡୋଳା କ୍ରିକେଟ୍  କ୍ଲବ ପ୍ରତିଯୋଗିତା ,ରାଇଜିଙ୍ଗୀ ଷ୍ଟାର ଚମ୍ପିୟାନ

ନିମାପଡ଼ା, ୨୨/୦୪/୨୦୨୬ (ଓଡ଼ିଶା ସମାଚାର)-ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ପଞ୍ଚାୟତ ଅଧୀନ ବଡନିନିଗାଁ ଛକଠାରେ ଚକାଡୋଳା କ୍ରିକେଟ୍  କ୍ଲବ ପକ୍ଷରୁ ଗ୍ରାମରେ ଥିବା ସ୍କୁଲ ପଡିଆରେ  ୩ଦିନିଆ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଡନିନିଗାଁ,ରାଇଜି କିଙ୍ଗ୍, ସାଇନିଙ୍ଗ୍ ଷ୍ଟାର୍,ରିଭେନେଜେ ଓ୍ବାରିଓର,ରାଇଜିଙ୍ଗୀ ଷ୍ଟାର, ରିଅଲ ହିରୋ,ବି.ବି.ଟାଇଗର,ଏମସିସି କ୍ଲବ୍ ଭଳି ୮ଟି ଦଳ ଭାଗ ନେଇଥିବା ବେଳେ ୫ଟି ପଞ୍ଚାୟତ ରୁ ପ୍ରାୟ ୨୦୦ ଜଣ ଖେଳାଳି ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ। ଏହା ସମ୍ପୂର୍ଣ ଆଇ. ପି.ଏଲ ଫର୍ମାଟ ରେ ଖେଳ ଅନୁଷ୍ଠିତ ହୋଇଥିଲା।

ଫାଇନାଲ ମ୍ୟାଚରେ ରାଇଜିଙ୍ଗ୍ ଷ୍ଟାର  ଓ ସାଇନିଙ୍ଗ୍ ଷ୍ଟାର୍  ପରସ୍ପରକୁ ଭେଟିଥିଲେ।୭ ଓଭର ବିଶିଷ୍ଟ ମ୍ୟାଚରେ  ସାଇନିଙ୍ଗ୍ ଷ୍ଟାର୍ ଟଚ୍ ଜିତି ପ୍ରଥମେ ବ୍ୟାଟିଂ ୪୫ ରନ୍ କରିଥିବା ବେଳେ ରାଇଜିଙ୍ଗ୍ ଷ୍ଟାର ୩ ୱିକେଟରେ ୪୬ ରନ୍ ସଂଗ୍ରହ କରିଥିଲା ତା’ର ଜବାବରେ  ରାଇଜି କିଙ୍ଗ୍ ଷ୍ଟାର ରନ୍ କରି ବିଜୟୀ ହୋଇଥିଲା।  ଛୋଟୁ ମଲ୍ଲିକ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ।

ଏହି ଅବସରରେ ୧୮ ନମ୍ବର ଜୋନରେ ବିଜେପି ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ନିମାପଡ଼ା ପ୍ରସ କ୍ଲବ୍ ର ସଭାପତି ଅକ୍ଷୟ ବେହେରା, ଚିତ୍ତରଞ୍ଜନ ଦାଶ,ସନ୍ଦିପ ନାରାୟଣ ଦାଶ,ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ , ପୁର୍ବତନ ସମିତି ସଭ୍ୟ ଦିପକ ଦାସ, କାଳନ୍ଦୀ ଛାଟୋଇ ,ପର୍ସୁରାମ ରାଉତ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଡାନ୍ ସିଂ ଅମ୍ପିଆର ଏସ .କେ ମହାପାତ୍ର, ଚିତ୍ତରଞ୍ଜନ ଗଣନାୟକ ମ୍ୟାଚ ପରିଚାଳନା କରିଥିଲେ।ବିକାଶ ନାୟକ, ରାମଚନ୍ଦ୍ର ବରାଳ, ସନ୍ତୋଷ ନାୟକ, ଭଗବାନ ନାୟକ,ରିଙ୍କୁ ଜେନା, ପ୍ରମୁଖ ସ୍କୋରିଙ୍ଗ ତୁଲାଇବା ସହ ସହଯୋଗ କରିଥିଲେ। ବିଜେତା ଦଳକୁ ୨୬ ହଜାର ଟଙ୍କା ସହ ଟ୍ରଫି ଓ ହାରିଥିବା ଦଳକୁ ୨୨ ହଜାର ଟଙ୍କା ସହ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *