ବୁଧବାର ସ୍କୁଲ ଓ କଲେଜ ଖୋଲା ରଖିବାକୁ ନିର୍ଦ୍ଧେଶ

ଭୁବନେଶ୍ୱର,୦୪/୦୩/୨୦୨୫ (ଓଡ଼ିଶା ସମାଚାର)-ବୁଧବାର ସବୁ ସ୍କୁଲ ଓ କଲେଜ ଖୋଲା ରଖିବାକୁ ନିର୍ଦ୍ଧେଶ ଜାରି ହୋଇଛି । ଗଣଶିକ୍ଷା ବିଭାଗ ପରେ ଉଚ୍ଚଶିକ୍ଷା ବିଭାଗ ଏଥିନେଇ ନିର୍ଦ୍ଧେଶ ଦେଇଛି । ଉଚ୍ଚ ଶିକ୍ଷା ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି ନୋଟିସରେ କୁହାଯାଇଛି । ସବୁ ସ୍କୁଲ ଖୋଲା ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଧେଶ ଜାରି ହୋଇଛି ।

ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଖୋଲା ରହିବ । ପଂଚାୟତିରାଜ ଦିବସ ପାଳନ ପାଇଁ ପୂର୍ବରୁ ମାର୍ଚ୍ଚ ୫ ଛୁଟି ରହୁଥିଲା । ଏପ୍ରିଲ ୨୪ରେ ପଂଚାୟତିରାଜ ଦିବସ ପାଳିବାକୁ ସୋମବାର ନିଷ୍ପତି ହୋଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଥିଲା ଯେ ମାର୍ଚ୍ଚ ୫ ତାରିଖରେ ପାଳନ ନ ହୋଇ ଏପ୍ରିଲ ୨୪ରେ ପଂଚାୟତିରାଜ ଦିବସ ପାଳନ ହେବ  । ଏଥିସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଆଡ଼ମ୍ବର ସହ ପାଳିବାକୁ ମଧ୍ୟ ନିଷ୍ପତିି ନିଆଯାଇଛି ।

 

Leave a Reply

Your email address will not be published. Required fields are marked *