ଜୟଦେବ ବିହାର ବିକାଶ ପରିଷଦ ପକ୍ଷରୁ ହନୁମାନ ଜୟନ୍ତୀ

ଭୁବନେଶ୍ୱର,୧୫/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମହାବିଷୁବ (ପଣା) ସଂକ୍ରାନ୍ତି ଉପଲକ୍ଷେ ଜୟଦେବ ବିହାର ୫ନଂ ଲେନ ସ୍ଥିତ ପଂଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜୟଦେବ ବିହାର ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସୂର୍ଯ୍ୟପୂଜା, ଗୋପୂଜା, କଳସ ସ୍ଥାପନ, ଠାକୁରଙ୍କ ବିଗ୍ରହ ସ୍ନାନ, ଷୋଡ଼ଶସ୍ପଚାର ପୂଜା, ୧୦୮ ହନୁମାନ ଚାଳିଶା ଓ ହୋମଯଜ୍ଞ ହୋଇଥିଲା । ପଂଚମୁଖୀ ହନୁମାନଙ୍କ କୃପାରୁ ପାଟି ଖୋଲୁନଥିବା ଛୋଟ ଛୋଟ ପିଲାଙ୍କର ପାଟି ଖୋଲିବା ଏବଂ ବିଭିନ୍ନ ଭକ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ଉକ୍ତ ଅଂଚଳର ଲୋକମାନଙ୍କର ବିଶ୍ୱାସ ଓ ଶ୍ରଦ୍ଧା ବଢିଯାଇଛି ।
ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ,ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପଲେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି ମନୋଜ୍ଞ ଉତ୍ସବରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଂଗ୍ରେସ ନେତା ଅଶୋକ ଦାସ, ବିକାଶ ପରିଷଦର ବରିଷ୍ଠ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଡଃ ଶକ୍ତିରାଜ ଜାମଲା, ସମାଜସେବୀ ଯୁଧିଷ୍ଠିର ସାହୁ ଓ

ମନୋଜ ରଥ, ବିଭୂଦତ ରାଉତ, ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ଦାସ, କୋଷାଧ୍ୟକ୍ଷ ଲୋପାମୁଦ୍ରା ମହାପାତ୍ର, ମାନସ ରଞ୍ଜନ ରଥ, ରାଜଶ୍ରୀ ରଥ, କଳ୍ପନା ମହାନ୍ତି, ବୈଜ୍ଞାନିକ ରଞ୍ଜନ କୁମାର ମିଶ୍ର, ଆର୍କିଟେକ ଶୁଭଶ୍ରୀ ରଥ, ମିନାକ୍ଷୀ ରଥ, ଚନ୍ଦ୍ରିକା ନାୟକ, ସଙ୍ଗୀତଜ୍ଞ ସାଇସ୍ମିତା ରଥ, ଉର୍ମିଳା ରାଉତ, ମିନାକ୍ଷୀ ଷଢଙ୍ଗୀ, ସଲିଳା ନାୟକ, ପ୍ରତିଭା ଦାସ, ରାଜକିଶୋର ତ୍ରିପାଠୀ, ଶଶିକଳା ଦାସ, ମିନାକ୍ଷୀ ଦଳେଇ, କିଶୋର ମହାପାତ୍ର, ଦୁଃଶାସନ ସାହୁ, ନକୁଳ ଚରଣ ଲେଙ୍କା, ଦଶରଥ ଦାସ, ଭକ୍ତ ସୀତାରାମ, ପୂଜକ ବିଜୟ ଦାଶ ଏବଂ ଭାଗବତ ପ୍ରମୁଖଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା କରାଯାଇଥିଲା ।

ଏହି ଉତ୍ସବରେ ଆଖପାଖ ଅଂଚଳରୁ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ପଣା ବଂଟନ କରାଯିବା ସହିତ ପ୍ରସାଦ ସେବନ କରାଯାଇଥିଲା । ସ୍ୱରାର୍ପଣ ଭଜନ ସନ୍ଧ୍ୟା ପକ୍ଷରୁ ସଙ୍ଗୀତ ନିର୍ଦ୍ଧେଶକ ଧୃତିମୟ ବେହେରା (ରାଜା)ଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀ ଶୁଭଲକ୍ଷ୍ମୀ ଓଝା, ଚିତରଞ୍ଜନ ସାହୁ, ବିଶ୍ୱଜିତ ସ୍ୱାଇଁ ଓ ଧୃତିଦୀପା ପାତ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *