ଓଡିଶାରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବିରୁଦ୍ଧରେ ପାର୍ଲାମେଣ୍ଟ ସମ୍ମୁଖ ବିକ୍ଷୋଭରେ ସ୍ବର ଉତ୍ତୋଳନ

ଭୁବନେଶ୍ୱର,୦୪/୦୩/୨୦୨୫ (ଓଡ଼ିଶା ସମାଚାର)-  ବିଦ୍ୟୁତ୍ ସେବାର ଘରୋଇକରଣ ବନ୍ଦ, ପ୍ରିପେଡ୍ ସ୍ମାର୍ଟ ବିଦ୍ୟୁତ୍ ମିଟର ପ୍ରଚଳନ ବନ୍ଦ, ଟାଇମ୍ ଅଫ୍ ଡେ ତାରିଫ୍ ପ୍ରଚଳନ ବନ୍ଦ,  ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ  ଓ ବିଦ୍ୟୁତ୍ ସଂଶୋଧନ ବିଲ-୨୦୨୨କୁ ପ୍ରତ୍ୟାହାର କରିବା ଦାବିରେ  ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ୟୁମର୍ସ ଆସୋସିଏସନ (AIECA) ଆହ୍ଵାନରେ ୪ମାର୍ଚ୍ଚ ୨୦୨୫ରେ  ପାର୍ଲାମେଣ୍ଟ୍ ସମ୍ମୁଖ ଯନ୍ତରମନ୍ତର ଠାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଦ୍ୟୁତ୍ ଉପଭୋକ୍ତାଙ୍କ ଏହି ବିକ୍ଷୋଭ ସମାବେଶରେ ଓଡିଶା ରାଜ୍ୟରୁ ଯୋଗ ଦେଇ ଥିବା ଶତାଧିକ ବିଦ୍ୟୁତ୍ ଉପଭୋକ୍ତାମାନେ ଓଡିଶା ରାଜ୍ୟରେ ରାଜ୍ୟ ବିଜେପି ସରକାର ଘରୋଇ ବିଦ୍ୟୁତ୍ କମ୍ପାନୀ ଟାଟା ପାୱାର ସ୍ବାର୍ଥରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ  ପ୍ରିପେଡ୍ ବିଦ୍ୟୁତ୍ ସ୍ମାର୍ଟ ମିଟର ଲଗାବା  ପଦକ୍ଷେପ  ଓ ବିଦ୍ୟୁତ୍ ଶୁଳ୍କ ୟୁନିଟ ପ୍ରତି ୯୧ ପଇସା ବୃଦ୍ଧି କରିବା ପ୍ରସ୍ତାବ ବିରୁଦ୍ଧରେ ମତବ୍ୟକ୍ତ କରିଥିଲେ।

ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଂଜ୍ୟୁମର୍ସ ଆସୋସିଏସନ ଓଡିଶା ରାଜ୍ୟ ଆବାହକ ଜୟସେନ ମେହେର ଏହି ବିକ୍ଷୋଭ ସମାବେଶରେ ବକ୍ତବ୍ୟ ରଖି ଓଡିଶା ରେ କ୍ଷମତାସୀନ ଡବଲ୍ ଇଞ୍ଜିନ୍ ବିଜେପି ରାଜ୍ୟ ସରକାରଙ୍କ ଏହି  ଜନ ବିରୋଧୀ ପଦକ୍ଷେପର ଦୃଢ ନିନ୍ଦା କରିଥିଲେ ଏବଂ କେନ୍ଦ୍ର ବିଜେପି ସରକାର ତୁରନ୍ତ  ଏଥିରେ ହସ୍ତକ୍ଷେପ କରି ପ୍ରିପେଡ୍ ସ୍ମାର୍ଟ ମିଟର ଲଗାବା ବନ୍ଦ କରିବା  ଓ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ କରିବା ନିମନ୍ତେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *