ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ପାଳନ ନିମନ୍ତେ ସ୍ମରଣିକା ସବ କମିଟି ର ପ୍ରସ୍ତୁତି ବୈଠକ ଓ ଲେଖା ଆହ୍ବାନ

ଜଗତସିଂହପୁର, ୦୪/୦୩/୨୦୨୫ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଙ୍କ ପ୍ରକୋଷ୍ଠ ରେ ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ପାଳନ ନିମନ୍ତେ ସ୍ମରଣିକା ସବ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏହି ବୈଠକରେ ଅଧ୍ୟକ୍ଷତା କରି ଆଦିପତ୍ର ସ୍ମରଣିକା ର ସଫଳ ରୂପାୟନ କାମନା କରିବା ସହ ଏହାକୁ ଜିଲ୍ଲା ର ଦର୍ପଣ ବୋଲି ସମ୍ବୋଧିତ କରିଥିଲେ।

ପ୍ରାରମ୍ଭ ରେ  ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ। ସ୍ମରଣିକା ର ସମ୍ପାଦକ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଂପାଦକୀୟ ସୂଚନା ପ୍ରଦାନ କରିବା ପରେ ଆଦିପତ୍ର ନିମନ୍ତେ ଲେଖା ସଂଗ୍ରହ ର ଶେଷ ତାରିଖ ଧାର୍ଯ୍ୟ ନେଇ ଆଲୋଚନା ହୋଇଥିଲା। ଜଗତସିଂହପୁର ବିଭିନ୍ନ ଲେଖକ ଓ ଲେଖିକାଙ୍କ ଠାରୁ ଜଗତସିଂହପୁର ଭୂଗୋଳ,ଐତିହ୍ୟ,କଳା,ସଂସ୍କୃତି, ସାହିତ୍ୟ, ପରିବେଶ, ବ୍ୟକ୍ତିତ୍ଵ ଓ ଧର୍ମଧାରା ଉପରେ ଆଧାରିତ ଲେଖା ଗୁଡ଼ିକ ଆସନ୍ତା ୧୨/୦୩/୨୫ ତାରିଖ ସୁଦ୍ଧା,ଡି.ଟି. ପି.  ଜରିଆରେ ସଂସ୍କୃତି ଅଧିକାରୀଙ୍କ ଠାରେ ଦାଖଲ କିମ୍ବା ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ଏହାପରେ ସ୍ମରଣିକା ନିମନ୍ତେ ବାର୍ତ୍ତା ଓ ବିଜ୍ଞାପନ ସଂଗ୍ରହ , ସ୍ଥାନିତ ହେବାକୁ ଥିବା ଚିତ୍ର, ମୁଦ୍ରଣ କାର୍ଯ୍ୟ ଆଦି ସମ୍ବନ୍ଧ ରେ ବୈଠକ ରେ ଆଲୋଚନା କରାଯାଇଥିଲା। ଶେଷ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକ ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ସହକାରୀ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତଥା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *