ଵାରଦା ହାଇସ୍କୁଲ ପରିଦର୍ଶନ କଲେ ବିଧାୟକ, ସମସ୍ୟା ସମାଧାନ ର ପ୍ରତିଶ୍ରୁତି ଦେଲେ

କଟକ ସଦର ,୨୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ଉଚ୍ଚ ବିଦ୍ୟାଳୟକୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପରିଦର୍ଶନ ରେ ଆସି ପରିଚାଳନା ସମିତି ସଭାପତି ଦାମୋଦର ସାହୁ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ।

ବିଦ୍ୟାଳୟର ସମସ୍ତ ଅଭାବ ଅସୁବିଧା ଯଥାଶୀଘ୍ର ପୁରଣ କରାଯିବ ବୋଲି ବିଧାୟକ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧାକର ଦାସ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିବାସ ଚନ୍ଦ୍ର ତ୍ରିପାଠି, ପଣ୍ଡିତ ପ୍ରମୋଦ କୁମାର ପଣ୍ଡା,ଆଲୁମିନି କମିଟି ସଂପାଦକ ଵିନୋଦ ଦାସ,ସଭ୍ୟ ତ୍ରିଲୋଚନ ଦାସ ପ୍ରମୁଖ ବିଦ୍ୟାଳୟ ସମସ୍ୟା କୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ନିରୋଜା ନଳିନୀ ଦାସ, ସମିତି ସଭ୍ୟା ସଂଗିତା ବାରିକ୍,କମଳ ଦାସ,ଧୃଵ ଚରଣ ଦାସ,ଭଵେଶ ସିହ୍ନା, କାଳି କିଙ୍କର ଘୋଷ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *