Breaking News : ଚାଉଳିଆଗଞ୍ଜ ଥାନା ଆଇଆଇସି ଵିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ 

କଟକ ସଦର,୦୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷୀକା (ଆଇଆଇସି) ଵିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଆଜି ଶନିବାର ସକାଳେ ଥାନାର ଉପର ମହଲା କ୍ୱ।ର୍ଟରରୁ ଉଦ୍ଧାର ହୋଇଥିବା ଜଣାପଡିଛି। କାମର ଚାପ କିମ୍ବା ପାରିବାରିକ ଅସନ୍ତୋଷ ଆତ୍ମହତ୍ୟାର କାରଣ ହୋଇଥାଏ ବୋଲି ଅନୁମାନ କରାଯାଉଥିଲା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନାଯୋଗ୍ୟ ଯେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା ପରେ ଵିୟୁଟି ମହାନ୍ତି ଥାନା କୁ ନଆସିବାରୁ ଉପର ମହଲାକୁ କର୍ମଚାରୀ ମାନେ ଯାଇଁ ତାଙ୍କର ଝୁଲନ୍ତା ଶରୀର ଦେଖିବାକୁ ପାଇଥିଲେ।

ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ୍ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ଜଣାପଡିଛି। ଵିୟୁଟିଙ୍କ ଜନ୍ମ ସ୍ଥାନ କଟକ ସଦର ଥାନା କାଚରାମାଳ ହୋଇଥିବା ଏବଂ ଶାଶୁ ଘର ମଙ୍ଗଳାବାଗ ଅଞ୍ଚଳରେ ହୋଇଥିବା ଶୁଣିବାକୁ ମିଳିଛି। ଗତ ଅପ୍ରେଲ ମାସରେ ସେ ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷୀକା (ଆଇଆଇସି) ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ମହିଳା ଥାନା ଆଇଆଇସି , ପାହାଳ ଥାନା ଆଇଆଇସି, କର୍ମତ ନଗର ଥାନା ଆଇଆଇସି ଭାବେ କାର୍ଯ୍ୟ କରିଥିଲେ । ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବରିଷ୍ଠ ପୁଲିସ ଅଧିକାରୀମାନେ ଏବେ ଘଟଣାସ୍ଥଳରେ ପହଂଚି ଛାନଭିନ ଚଳାଇଛନ୍ତି  ।

Leave a Reply

Your email address will not be published. Required fields are marked *