କଟକ ସଦର,୨୬/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପରମସତ୍ତାଙ୍କ ଜୈ।ତିର୍ମୟ ସ୍ୱରୁପର ପ୍ରକଟ ହେଉଛି ମହା ଶିବରାତ୍ରି ଓ ଜାଗର ଓଷା। ଏଥିପାଇଁ ଆଜି (ବୁଧବାର) କଟକ ସଦର ଅଞ୍ଚଳର ବିଭିନ୍ନ ଶୈବପୀଠରେ ଆଧ୍ୟାତ୍ମିକ ପରିବେଶ ରେ ଲାଗି ରହିଛି ଗହଳି ଚହଳି।
ଏହି ପରିପ୍ରେକ୍ଷୀରେ କଟକ ପୂର୍ବାଞ୍ଚଳରେ ଥିବା ସର୍ଵ ପୁରାତନ ପ୍ରସିଦ୍ଧ ଶୈବପୀଠ ହିରଣ୍ୟଗର୍ଭା ପରମହଂସ ନାଥ ଙ୍କ ମନ୍ଦିର ରେ ପ୍ରତ୍ୟୁଷରୁ ନିତି କାନ୍ତି ଆରମ୍ଭ ହୋଇଥିବା ଵେଳେ ପ୍ରବଳ ଭିଡ ମଧ୍ୟରେ ଶ୍ରଦ୍ଧାଳୁ ଙ୍କ ଧାଡ଼ି ଦର୍ଶନ ଆରମ୍ଭ ହୋଇଛି।
ମଧ୍ୟ ରାତ୍ରୀରେ ମନ୍ଦିର ଶିଖରକୁ ମହାଦୀପ ଉଠିବା ପରେ ମହାଦୀପ ଦର୍ଶନ କରି ମାନସିକ କାଷ୍ଠା କରିଥିବା ଶ୍ରଦ୍ଧାଳୁମାନେ ବ୍ରତ ଉଦଯାପନ କରିବେ ବୋଲି ଜଣାଯାଇଛି। ଏହି ଯାତ୍ରା ଚାରି ଦିନ ଧରି ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
ସେହିପରି ଆୟତପୁର ର ନାଗେଶ୍ଵର ନାଥ,ଚାନ୍ଦୁଲିର ନିଳକଣ୍ଠ ନାଥ,ଵରାଳ ର ବାଲୁଙ୍କେଶ୍ବର,କୋରପଦା ର କୁଣ୍ଡେଶ୍ୱର, ସିଦ୍ଧେଶ୍ୱର ପୁର ର ସିଦ୍ଧେଶ୍ଵର,ପାରାଵିଲ୍ ର ପାରେଶ୍ୱର,ଗତନାଥ,ହୁଲିପୁର ର ଵ୍ରହ୍ମେଶ୍ୱର, କିଶନନଗର ବିଶ୍ୱାଳପଡା ର ମୁକ୍ତେଶ୍ଵର,କିଶନନଗର ର ସ୍ୱପ୍ନେଶ୍ୱର ଶିଵ ମନ୍ଦିର ମାନଙ୍କରେ ମହାଶିବରାତ୍ରି ଓ ଜାଗର ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏଥିପାଇଁ କିଶନନଗର ଠାରେ ଜାଗର ଉତ୍ସବ ଚାରିଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି।