ନିମାପଡ଼ା, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ନିମାପଡ଼ା ବ୍ଲକ ଏବଂ ନଗର ବିଜୁଜନତା ଦଳ ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆଜି ସକାଳ ୯ଘଟିକା ସମୟରେ ବ୍ଲକ ସଭାପତି ଅଶୋକ ସାହୁ ଏବଂ ନଗର ସଭାପତି ଜୀବନାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ବରିଷ୍ଠ ନେତୃତ୍ୱ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ଦଳୀୟ ପତକା ଉତ୍ତୋଳନ କରିଥିଲେ l ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳକୁ ଅଧିକ ସୃଦୃଢ଼ କରିବା ସହିତ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପରାମର୍ଶ ଦେଇଥିଲେ l ଶେଷରେ ଦଳର ବରିଷ୍ଠ କର୍ମୀ ମାନଙ୍କୁ ଫୁଲତୋଡ଼ା ଏବଂ ଉତ୍ତୋରୀୟ ଦେଇ ସମ୍ଭର୍ଦ୍ଧିତ କରିଥିଲେ ବିଧାୟକ ସମୀର ଦାଶ l ବିଜେଡି ସମ୍ପାଦକ ରବୀନ୍ଦ୍ର ନାୟକ, ଜିଲ୍ଲା ପରିଷଦ ପ୍ରଦୀପ୍ତ ଖଟୋଇ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଅରୁଣ କୁମାର ଦାଶ,ପୁନେଶ ସେନାପତି,ବ୍ଲକ ଉପାଧ୍ୟାକ୍ଷା ଅନୁସୂୟା ମହାନ୍ତି,ଏନଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ,ନିରଞ୍ଜନ ଶଗଡ଼ିଆ, ବିଷ୍ଣୁ ଚରଣ ମହାନ୍ତି,ଅଜୟ କୁମାର ସ୍ୱାଇଁ, କୌଶଲ୍ୟା ସାହୁ ଏବଂ ସନ୍ତୋଷ ଓଝା ପ୍ରମୁଖ ଉପସ୍ଥିତ ଥିଲେ l