ବାଜି ରାଉତ କଲେଜ ରେ ସଂସ୍କୃତ ସପ୍ତାହ ପାଳିତ 

 ଭୁବନ, ୧୨/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍କୃତ ଅଧ୍ୟାପକ ଡ଼ ଥବିର କୁମାର ଭୋଇ ସଂସ୍କୃତ ଭାଷା ର ଉତ୍ପତ୍ତି ଓ ତାହାର ବ୍ୟବହାର ରେ ସମାଜ କିପରି ଉନ୍ନତି କରିଛି ଆଉ କରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।

ସଂସ୍କୃତ ଅଧ୍ୟାପିକା ଇନ୍ଦୁ ରେଖା ମହାପାତ୍ର, ସୁନୟନା ପୃଷ୍ଟି ଓ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ସଂସ୍କୃତ ଭାଷା ର ଉପାଦେୟତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବ ରେ ସଂସ୍କୃତ ବିଷୟ ରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଥିଲା।

Leave a Reply

Your email address will not be published. Required fields are marked *