କଟକ ସଦର,୧୨/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଉତ୍କଳ ଯାଦବ ମହାସଭା ଅନୁବନ୍ଧିତ କଟକ ଜିଲ୍ଲା ଯାଦବ ମହାସଭା ଯୁବ ସଂଗଠନ ସଂପାଦକ ହେଲେ କଟକ ସଦର ଅନ୍ତର୍ଗତ ଵସ୍ତପଡା ଗ୍ରାମର ଯୁବ ସମାଜସେବୀ ତଥା ଯୁବ ସଂଗଠକ ଵିଜୟ କୃଷ୍ଣ ବେହେରା।
କଟକ ଜିଲ୍ଲା ସଭାପତି ସମର ବେହେରାଙ୍କ ସୁପାରିଶ କ୍ରମେ ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଵିଜୟ କୃଷ୍ଣ ଙ୍କ ଉପରେ ସଂଗଠନ ବଢିବାର ଭରସା କରି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏହା ଜଣାପଡିବା ପରେ ଵିଜୟ କୃଷ୍ଣ ଙ୍କ ନିକଟକୁ ଯୁବ ଯାଦବ ମାନଙ୍କ ପକ୍ଷରୁ ଅଭିନନ୍ଦନ ର ସୁଅ ଛୁଟିଛି।
