ଜୁନାଗଡ଼ ରେ ବିଜେପିର ମିଶ୍ରଣ ପର୍ବ

କଳାହାଣ୍ଡି, ୧୫/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ଼ ସହରରେ ଆଜି ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ବିଜେଡି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେପି ରେ ଯୋଗ ଦେଇଥିଲେ । ଆଜି ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ହୋଟେଲ ମୋନର୍କପ୍ୟାଲେସ ଠାରେ ପହଞ୍ଚିଥିଲେ । ସେଠାରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର,

oplus_2

ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ଉପସ୍ଥିତିରେ ପୂର୍ବତନ କଂଗ୍ରେସ ଏମ. ଏଲ. ଏ ସ୍ବର୍ଗତ ମହେଶ୍ୱର ବରାଡ଼ ଙ୍କ ପୁଅ (୧), ବରିଷ୍ଠ ବିଜେଡି କାର୍ଯ୍ୟକର୍ତ୍ତା,ଆଡ଼ଭୋକେଟ, ସାମ୍ବାଦିକ, ଭିଡିଓ କନଫରେନ୍ସ ମାଧ୍ୟମରେ ସୁଧାଂଶୁ ଶେଖର ବରାଡ଼ (ପୂର୍ବତନ ଚେୟାରମ୍ୟାନ, ଜୁନାଗଡ଼ ଏନ. ଏ. ସି )ନେତ୍ରା ନନ୍ଦ ମହାନ୍ତି (ଜଗା ),ପୂର୍ବତନ ଚେୟାରମ୍ୟାନ, ଜୁନାଗଡ଼ ଏନ. ଏ. ସି. ମମତା ବରାଡ଼,ସୁରେଶ ବାଗ କାଶୀନାଥ ଘି ଯାଦବ, ଯୁବ ଯାଦବ ସଭାପତି ନଗର,  ଶୈଳେନ୍ଦ୍ର ପାତ୍ର,ଗଣେଶ ପ୍ରଧାନ ଜାରିଙ୍ଗ ସଭାପତି, ଲଳିତ ନାଏକ,ଟିଟୁ କନ୍ଧପାନ    ସୁରେନ୍ଦ୍ର ସାହୁ,ରଞ୍ଜନ ରାଉତ,ଭାଗ୍ୟବାନ ମହାଳିକ,ରାଜେନ୍ଦ୍ର ମେହେର (ପୂର୍ବତନ ସରପଞ୍ଚ ଦେଦର ଗ୍ରାମ ପଂଚାୟତ ସଚ୍ଚିଦାନନ୍ଦ ବରାଡ଼ (କ୍ରୀଡ଼ାବିତ ) ଙ୍କ ବିଜେପି ରେ ଯୋଗଦାନ କରି ଥିଲେ ।

Leave a Reply

Your email address will not be published. Required fields are marked *