କଟକ ସଦର,୨୩/୦୨/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ଦିଘି ଠାରେ ଥିବା ଅଗ୍ରଣୀ ବାପୁଜୀ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଆଜି (ରବିବାର ଦିନ) ୨ୟ ବାର୍ଷିକ ଏକ ଦିବସୀୟ ପ୍ରକାଶ ମେମୋରିଆଲ ପ୍ରଦର୍ଫୁଶନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠ ଗୋଟି ଫୁଟବଲ ଟିମ୍ ଭାଗ ନେଇଥିବାବେଳେ ଫାଇନାଲ ରେ ପ୍ରତାପ ନଗରି କୁ ୩/୦ ଗୋଲରେ ପରାସ୍ତ କରି କଟକ ସାଇ ରାମ୍ ମର୍ଣ୍ଣିଙ୍ଗ୍ କ୍ଲବ ଚମ୍ପିୟାନ ହୋଇଥିବା ଜଣାପଡିଛି।
ଏହି ଅବସରରେ କ୍ଲବର ସଭାପତି ପ୍ରଶାନ୍ତ ଦାସ (ତପୁ) ଙ୍କ ସଭାପତିତ୍ବ ଓ ଆୟତପୁର ସରପଂଚ ରାକେଶ ବେହେରା ଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଅତିଥି ଭାବେ ଯୋଗଦେଇ ବିଜେତା ଟିମ୍ ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହିତ ଅର୍ଥ ରାଶି ପ୍ରବାଦ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସଂପାଦକ ଡ଼ଃ ଦେବଦତ୍ତ ନନ୍ଦ,ନିମେଇଶାପୁର ସରପଂଚ ଜୈ।ଷ୍ନାରାଣୀ ରାଉତ, ଫକିରପଡା ସରପଂଚ ମିଲି ସେଠୀ, ପରମହଂସ ସରପଂଚ ଅଶୋକ ପାତ୍ର, ଗତିରାଉତପାଟଣା ସରପଂଚ ସୋନାଲି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବ ର ସଂପାଦକ ମନୋରଂଜନ ଦାସ ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଖେଳ ପଡ଼ିଆରେ ଅତିଥି, ଖେଳାଳି ଓ ଦର୍ଶକ ମାନଙ୍କ ପକ୍ଷରୁ ସ୍ୱର୍ଗତ ପ୍ରକାଶ ଦାସ ଙ୍କ ଆତ୍ମା ର ସଦଗତି ପାଇଁ ନିରଵ ପ୍ରାର୍ଥନା କରାଯାଇଥିଲା।