ଜାତୀୟ ସିନିୟର୍ କବାଡ଼ି ଚାମ୍ପିଅନ୍ସିପ ପାଇଁ ସ୍ୱତନ୍ତ୍ର ୱେବ୍ ସାଇଟ୍ ଉନ୍ମୋଚିତ

ଭୁବନେଶ୍ୱର, ୧୩/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଫେବୃୟାରୀ ୨୦ରୁ ୨୩ ତାରିଖ ଯାଏଁ ଓଡ଼ିଶା କବାଡ଼ି ଆସୋସିଏସନ୍ ଆନୁକୂଲ୍ୟରେ ପ୍ରଥମଥର ପାଇଁ ରୌପ୍ୟ ନଗରୀ କଟକର ଇନଡୋର ଷ୍ଟାଡିୟମ୍  ରେ  ଆୟୋଜିତ ହେବାକୁ ଯାଉଛି ୭୧ତମ ଜାତୀୟ ସିନିୟର କବାଡି ଚାମ୍ପିଅନସିପ ୨୦୨୫ । ଏହି ଜାତୀୟ ପ୍ରତିଯୋଗିତାରେ ୩୦ଟି ରାଜ୍ୟ ଓ ୫ଟି ବିଭାଗୀୟ ଦଳ ଅଂଶ ଗ୍ରହଣ କରୁଥିବାବେଳେ ୭୦୦ରୁ ଊଦ୍ଧ୍ୱର୍ ଖେଳାଳି ଓ ଅଫିସିଆଲ ଏହି ପ୍ରତିଯୋଗିତାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଓଡ଼ିଶା କବାଡ଼ି ପକ୍ଷରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ୱେବ୍ ସାଇଟ୍ ଉନ୍ମୋଚନ କରିଛନ୍ତି ଅନୁଷ୍ଠାନର ସଭାପତି ତଥା ଶିଳ୍ପପତି ଡ. ଶରତ କୁମାର ସାହୁ । ଏହି ୱେବ୍ ସାଇଟ୍ ରେ ୭୧ତମ ଜାତୀୟ କବାଡ଼ି ପ୍ରତିଯୋଗିତା ଆୟୋଜନର ସମସ୍ତ ଟିକ ୍ନିକ୍ ତଥ୍ୟ ଓ ସୂଚନା ରହିଥିବା ବେଳେ ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ସିଧାପ୍ରସାରଣ କରାଯିବ ବୋଲି ଓଡ଼ିଶା କବାଡ଼ି ଆସୋସିଏସନ୍ ର ସମ୍ପାଦକ ଅଜୟ ବେହେରା ଏବଂ ଇଭେଂଟ ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ପ୍ରକାଶ କରିଛନ୍ତ ।

Leave a Reply

Your email address will not be published. Required fields are marked *