ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ଭୁବନ, ୨୩/୦୨/୨୦୨୫ (ଓଡ଼ିଶା ସମାଚାର)-   ଭୁବନ ବ୍ଲକ ଅନ୍ତର୍ଗତ ଅନଳ ସ୍ଥିତ ଶ୍ରୀମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ନିଜେ ନିଜର ହସ୍ତ ନିର୍ମିତ ସାମଗ୍ରୀ ଗୁଡ଼ିକ ପ୍ରଦର୍ଶନ କରିଥିଲେ ।

ଏଥିରେ ଆମ ଓଡ଼ିଆ ସଂସ୍କୃତି ,ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ଯାଉଥିବା ବେଳେ ତାହାକୁ କିଭଳି ଭାବେ ବଞ୍ଚାଇ ରଖାଯାଇପାରିବ ଛାତ୍ର ଛାତ୍ରୀ ମାନେ ସେ ସମ୍ପର୍କରେ ନିଜର କଳା ମାଧ୍ୟମରେ ଅବଗତ କରାଇ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀନିବାସ ବେହେରା,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗୋବିନ୍ଦ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *