ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଯୋଗଦିବସ ପାଳିତ

କେନ୍ଦ୍ରାପଡ଼ା, ୨୨/୬/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରୁ ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସି.ଏଚ୍.ଓ କୃଷ୍ଣାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବାରୋ ସରପଂଚ ଗୋପୀନାଥ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉପଲକ୍ଷେ ଅନୁଷ୍ଠିତ ଯୋଗଶିବିରକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ବିକାଶ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗର ଉପାଦେୟତା ସଂପର୍କରେ ସୂଚନା ପ୍ରଦାନ ସହିତ ବିଶ୍ୱ ଯୋଗ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସି.ଏଚ୍.ଓ. ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳା ସ୍ୱାସ୍ଥ୍ୟକର୍ମୀ ଲିଲି ସ୍ୱାଇଁ ଏବଂ ସ୍ୱାସ୍ଥ୍ୟକର୍ମୀ ଦେବାନନ୍ଦ ପରିଡା ସୁସ୍ଥ ଶରୀର ଚର୍ଯ୍ୟା କ୍ଷେତ୍ରରେ ଯୋଗର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଆଶାକର୍ମୀ ସରସ୍ୱତୀ ସ୍ୱାଇଁ, ଜୟନ୍ତୀ ମଳିକ, ସ୍ନେହଲତା ପ୍ରଧାନ, କଲ୍ୟାଣୀ ସେଠୀ, ଛବିରାଣୀ ପ୍ରଧାନ, ସଂଯୁକ୍ତା ପ୍ରଧାନ, ଅଙ୍ଗନବାଡି କର୍ମୀ ହେନାଞ୍ଜଳି ବିଶ୍ୱାଳ, ସ୍ୱର୍ଣ୍ଣପ୍ରଭା ଦାସ, ଗାଁ କଲ୍ୟାଣ ସମିତି ସଭ୍ୟା ସଂଯୁକ୍ତା ସେଠୀ, ଟି.ବି. ଚମ୍ପିୟାନ ସୁଜାତା ସ୍ୱାଇଁ, ଯୋଗ ଶିକ୍ଷିକା କବିତା ସ୍ୱାଇଁ, ବାରୋସ୍ଥିତ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡାଙ୍କ ସମେତ ବହୁ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଆରମ୍ଭରେ ଭାବଗ୍ରାହୀ କଳା ନିକେତନର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶେଷରେ ସିଏଚ୍ଓ କୃଷ୍ଣାନନ୍ଦ ମହାପାତ୍ର ସମସ୍ତଙ୍କୁ ଶପଥ ପାଠ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *