ବାଲିଗୁଡା,୦୨/୦୬/୨୫:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୮ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୧ ଦିନରେ ପହଞ୍ଚିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଚଳିତ ମାସ ୬ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ ହେବାକୁ ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଶେଷ ପର୍ଯ୍ୟାୟ ହୋଇଯାଉଥିବାରୁ ଭକ୍ତ ଙ୍କ ଭିଡ଼ ଲାଗି ରହୁଛି ।

ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି । ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ସୋମବାର ୨୮ ଦିନରେ ସୁନାପାଙ୍ଗା ପୂଜା କମିଟି ଅଞ୍ଚଳ କୁ ମା ‘ମାନଙ୍କ ଆଗମନ ହୋଇଥିଲା । ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ହାଇସ୍କୁଲ ଛକ, ବନ୍ଧ ସାହି ଛକ, ସାଇମନ୍ଦିର ଛକଦେଇ ସୁନାପାଙ୍ଗା ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ଅଞ୍ଚଳ ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ । ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଦଣ୍ଡପଦର ଅଞ୍ଚଳ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ବୁଧବାର ବଜାର ସାହି ର ଆଚାର୍ଯ୍ୟ କଲୋନୀ କୁ ମା’ ଙ୍କ ଆଗମନ ଥିବା ଜଣାପଡିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି । ଏଥିରେ ଯାତ୍ରା କମିଟି ସହ ସୁନାପାଙ୍ଗା ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
