କେନ୍ଦ୍ରାପଡା,୨୩/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର (ଖଣ୍ଡିଆବନ୍ଧ) ଗ୍ରାମର ଜଣେ ଯୁବକ ନିଖୋଜ ହୋଇଯିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି ।
ଯୁବକ ଜଣଙ୍କ ହେଉଛନ୍ତି ପୁରୁଷୋତମପୁର ଗ୍ରାମର ନିରଞ୍ଜନ ଜେନାଙ୍କ ପୁଅ ଦେବାଶିଷ (୨୫) । ନିରଞ୍ଜନ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମରେ ଚାଲିଥିବା ଏକ ମେଲଣ ମହୋତ୍ସବ କୁ ଯାଉଛି କହି ଦେବାଶିଷ ଘରୁ ବାହାରିଥିଲା । କିନ୍ତୁ ରାତିରେ ଆଉ ଘରକୁ ଫେରିନଥିଲା । ତେଣୁ ମେଲଣରୁ ତାକୁ କେହି ଅପହରଣ କରିନେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି ।
ଯୁବକ ନିଖୋଜ, ଥାନାରେ ଏତଲା
