ସୁବର୍ଣ୍ଣପୁର,୨୬/୦୧/୨୦୨୫ (ଓଡ଼ିଶା ସମାଚାର)- ୭୬ତମ ସୁବର୍ଣ୍ଣପୁର ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । 
ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତା ତଥା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ, ସାଂସ୍କୃତିକ କାର୍ୟ୍ୟକ୍ରମ, ପ୍ରଜ୍ଞାପନ ମେଢ ପ୍ରଦର୍ଶନ, ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉତ୍ତମ ପ୍ରଦର୍ଶନ
ନିମନ୍ତେ ବ୍ୟକ୍ତି /ଅନୁଷ୍ଠାନ /କର୍ମଚାରୀଙ୍କୁ,ପ୍ୟାରେଡର
କୃତି ଦଳଙ୍କୁ ପୁରସ୍କାର ପ୍ରଦାନ, ଜିଲ୍ଲା ଶିଶୁଗୃହ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପ କାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତ ବାବୁପାଲି ଓ ମଧୁପୁର ରେ ୨ ଗୋଟି ଭି ଏସ ଏସ କୋଠାର ଉଦଘାଟନ କରାଯିବା ସହ ଜିଲ୍ଲାର ୬ଟି ବ୍ଲକର ୯୩ ଗୋଟି ନୂତନ ଅମୃତ ସରୋବରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।
ସୁବର୍ଣ୍ଣପୁର ରେ ଜିଲାସ୍ତରୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
