ନେମାଳ, ୧୨/୮/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ଆଲୋଚନା ବୈଠକ ମହିମା ଗାଦି ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନା ରେ ଗ୍ରାମାଞ୍ଚଳ ରେ କାର୍ଯ୍ୟକରୁଥିବା ସାମ୍ବାଦିକ ମାନଙ୍କର ବହୁବିଧ ସମସ୍ୟା ଉପରେ ସଦସ୍ୟ ମାନେ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ସାମ୍ବାଦିକ ମାନେ ଖବର ସଂଗ୍ରହ ତଥା ଅନ୍ୟ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ ତଥା ବାଧାସୃଷ୍ଟି କରିବା ଘଟଣା କୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା | ସେହିପରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ପେନସନ ପ୍ରଦାନ ଆଦି ସମ୍ପର୍କରେ ସରକାର ଙ୍କ ଠାରେ ଦାବି କରାଯାଇଥିଲା | ବୈଠକ ରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, କ୍ଷମାନିଧି ପୂଜାରୀ, ବିନୟ ଦାସ, ଗୋବିନ୍ଦ ଦାସ, କିରଣ ଶଙ୍କର ନାୟକ, ମୀନକେତନ ଦାସ,ଇଜାଜ ଖାଁ,ଅକ୍ଷୟ କୁମାର ଦାଶ,ସଚ୍ଚିଦାନନ୍ଦ ମଲ୍ଲିକ, ସୁଜାତା ଗୋସ୍ୱାମୀ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ନୂତନ ସଦସ୍ୟ ଭାବେ ବିଭୁତି ଭୂଷଣ ଦ୍ବିବେଦୀ ଓ ପ୍ରଶାନ୍ତ ସିଂହ ଙ୍କୁ ସଂଘ ରେ ସାମିଲ କରାଯାଇଥିଲା । ଶେଷରେ ସାମ୍ବାଦିକ ଅମିତାଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।