ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬ ର ଚତୁର୍ଥ ସଂଧ୍ୟା:  ବର୍ତ୍ତମାନ ସମାଜରେ ପଇସାର ଆବଶ୍ୟକତା ନାହିଁ ଆବଶ୍ୟକତା ଅଛି କଲ୍ଲୋଳ ର : ମୁଖ୍ୟ ଅତିଥି

ଜଗତସିଂହପୁର, ୦୪/୦୪/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଆଜି ଥିଲା ଚତୁର୍ଥ ସଂଧ୍ୟା। ଏହି ଉପଲକ୍ଷେ  ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟ କାରଖାନା ଅଧିକାରୀ, ଇଫକୋ, ପାରାଦ୍ଵୀପ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର। ବର୍ତ୍ତମାନ ସମାଜରେ ପଇସାର ଆବଶ୍ୟକତା ନାହିଁ ଆବଶ୍ୟକତା ଅଛି କଲ୍ଲୋଳ ର ବୋଲି ସେ କହିଥିଲେ ଏବଂ ଆଧୁନିକ ସମାଜର ଉଦାହରଣ ପ୍ରଦାନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଧ୍ୟକ୍ଷ, ପାରାଦ୍ଵୀପ ପୌର ପରିଷଦ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ବାଳ କହିଲେ ଯେ ଜିଲ୍ଲାର ଉନ୍ନତି ପଥରେ ଆମେ ନିଜକୁ ସାମିଲ କରିବା ଓ ଏକତ୍ରିତ ହୋଇ ଜିଲ୍ଲା ପ୍ରଗତିରେ ଆମେ ହାତ ବଢେ଼ଇବା । ସାରା ବିଶ୍ବରେ ପାରାଦ୍ଵୀପ ବନ୍ଦରର  ସଫଳତା ବିଷୟରେ ଆଲୋଚନା କରିଥିଲେ । ପାରାଦ୍ଵୀପ ଅଞ୍ଚଳର ଶିଳ୍ପ ସଂସ୍ଥା ଯୁବପିଢୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଛି ।

ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲେ(ଭା.ପ୍ର.ସେ.),ବନଖଣ୍ଡ ଅଧିକାରୀ,(ଲୁଣା ଜଙ୍ଗଲ), ବନ୍ୟପ୍ରାଣୀ ବନଖଣ୍ଡ, ରାଜନଗର ,ଶ୍ରୀଯୁକ୍ତ ଭରଦରାଜ ଗାଓଁକର (ଆଇ.ଏଫ୍. ଏସ୍),  ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର ଶ୍ରୀଯୁକ୍ତ ଅଜିଙ୍କ୍ୟ ମାଣେ(ଭା.ପୋ.ସେ), ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ମଞ୍ଚାସୀନ ରହି ଜଗତସିଂହପୁର ଜିଲ୍ଲାର ଗୌରବମୟ ଇତିହାସ ସାଙ୍ଗକୁ ଜିଲ୍ଳାର କଳା,ସାହିତ୍ୟ ସଂସ୍କୃତି ଓ ପରମ୍ପରାର ମହତ୍ତ୍ଵ ପ୍ରତିପାଦିତ କରିଥିଲେ । ଏହି ଜିଲ୍ଲା ମହୋତ୍ସବ କଲ୍ଲୋଳ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିଛି ବୋଲି କହିଥିଲେ ।

ସଭାରେ ବ୍ଲକ୍ ଉନ୍ନୟନ ଅଧିକାରୀ, ବିରିଡ଼ି ଶ୍ରୀମତି ଆୟୁଷି ପତି ସ୍ଵାଗତ ଭାଷଣ ଓ  ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର, ରାଜସ୍ବ ସୁଶ୍ରୀ ଅନିଶା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ନୀଳଚକ୍ର, କୋଣାର୍କ ଚକ୍ର ଓ ପ୍ରଭୁ ଜଗନ୍ନାଥଙ୍କ ସହିତ ଉତ୍କଳର ବରପୁତ୍ର ତଥା ଆମ ନୌବାଣିଜ୍ୟ ର ପ୍ରତୀକର ସୁନ୍ଦର ପୁଷ୍ପ ପ୍ରଦର୍ଶନୀ ପ୍ରଦର୍ଶନ କରାଯାଇଛି । ସଭା ପରେ ଆଜିର ଆକର୍ଷଣ ଥିଲେ ମଣ୍ଟୁ ଛୁରିଆ ଓ ସାଥୀ, କମେଡିଆନ୍ ପପୁ ପମପମ୍ ଏବଂ ଝୁମି ଉଠିଥିଲେ କଲ୍ଲୋଳ ର ଦର୍ଶକ।

କଲ୍ଲୋଳ ରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ଜିଲ୍ଲା ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଆଗତ ଷ୍ଟଲ୍ ରେ ବିଭିନ୍ନ ହସ୍ତକଳା, ଶିଳ୍ପ, ଘର କରଣା ଜିନିଷ ଗ୍ରାହକ ଙ୍କୁ ଆକୃଷ୍ଟ କରୁଛି। ପ୍ରକାଶ ଥାଉ କି, ଓରମାସ ର ଏହି ପଲ୍ଲୀଶ୍ରୀ ମେଳା ରେ ୮୮ ଟି ଷ୍ଟଲ୍ ମଧ୍ୟରେ ୧୦ ଟି ଖାଦ୍ୟ ଷ୍ଟଲ୍ ସହିତ ବାହାର ରାଜ୍ୟ ପଶ୍ଚିମବଙ୍ଗ ହସ୍ତ ତନ୍ତ, ରାଜସ୍ଥାନ ର ଖାଦ୍ୟ ଷ୍ଟଲ, ତେଲେଙ୍ଗାନା ର କାଠ ତିଆରି ଶିଳ୍ପ ଓ  ହସ୍ତ ତନ୍ତ ର ଷ୍ଟଲ ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପଲ୍ଲୀଶ୍ରୀ ମେଳା ରେ ୩ୟ ଦିନ ସୁଦ୍ଧା  ୪୧,୫୮,୬୬୮/-ଟଙ୍କାର ବ୍ୟବସାୟ ହୋଇଛି ।

Leave a Reply

Your email address will not be published. Required fields are marked *