ସ୍ଵାଧୀନତା ସଂଗ୍ରାମୀ ଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନ, ୨୩/୦୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଢେ଼ଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ସିନର୍ଜି ଇଞ୍ଜିନିୟରିଂ କଲେଜ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ୍ ସି ସି ) କ୍ୟାଡେଟ୍ ମାନଙ୍କ ଦ୍ଵାରା ଓଡ଼ିଶା ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଛି ।

ଢେ଼ଙ୍କାନାଳ ୧୨(୦ ) ଏନ୍ ସି ସି ବାଟାଲିୟନ ର ୬୦ ଜଣ କ୍ୟାଡେଟ ଏସ ଏମ କରନ୍ ସିଂ ଓ କ୍ୟାପଟେନ୍ ପ୍ରମିଳା ଦାସ ଙ୍କ ତତ୍ତ୍ଵାବଧାନରେ କ୍ୟାଡେଟ ମାନେ ଏକ ଶୋଭାଯାତ୍ରାରେ କଲେଜ ରୁ ବାହାରି ପ୍ରଥମେ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଙ୍କ ଜନ୍ମପୀଠ ନିଳକଣ୍ଠପୁର କୁ ପଦ ଯାତ୍ରାରେ ଯାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ,ଅଧ୍ୟାପକ ନିରଞ୍ଜନ ନାୟକ,ଶୁଭମ୍ ବେହେରା,ଶାନ୍ତନୁ ଦାଶ, ଅମ୍ବୁଜ ସାହୁ ଅଂଶ ଗ୍ରହଣ କରିଥିଲେ । ଏନ୍ ସି ସି ର ୭୬ ତମ ପ୍ରତିଷ୍ଠା ବର୍ଷ ଅବସରରେ କ୍ୟାଡେଟ ମାନେ ସର୍ବ ଭାରତୀୟ ସ୍ତରରେ ସ୍ଵାଧୀନତା ସଂଗ୍ରାମୀ ଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଜାଣିବା ସକାଶେ ଏହି କାର୍ଯ୍ୟକ୍ରମ ସଂରଚନା କରାଯାଇଛି । ଓଡ଼ିଶା ପ୍ରଦେଶ ର ଏହି କାର୍ଯ୍ୟକ୍ରମ କଟକ ଠାରେ ଅନୁଷ୍ଠିତ ହେବ ଏବଂ ସମସ୍ତ କ୍ୟାଡେଟ ମାନେ ସେଠାରେ ଅଂଶ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *