ମାହାଙ୍ଗା ୨୩/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲାରେ ୧୨୧ ଟି କୃଷି ସେବା ସମବାୟ ସମିତି କାର୍ଯ୍ୟ କରୁଥିବା ବେଳେ, ଏହି ସମିତିର ସଭାପତି ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣିବାବା ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ଆଜିର ସାଧାରଣ ପରିଷଦ ବୈଠକରେ କୂଳ ସରିଚୁଆଁ ସେବା ସମବାୟ ସମିତିର ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଭାତ କୁମାର କାନୁନଗୋ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।
ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିର ସଭାପତି ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୂତ ହୋଇଥିଲା । ସମବାୟ ସମିତି ସଭାପତି ସଂଘ ନାମରେ ଏକ ନୂତନ ସଂଗଠନ ଗଠନ ପାଇଁ ପୂର୍ବ ବୈଠକରେ ଦିଆଯାଇଥିବା ପ୍ରସ୍ତାବ ପାରିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ଅଭିରାମ ମଲ୍ଲଙ୍କୁ ସାଧାରଣ ପରିଷଦ ପକ୍ଷରୁ କ୍ଷମତା ପ୍ରଦାନ କରାଯାଇଥିଲା । ସଂଘର ନୂତନ ସଭାପତି ଭାବେ କୂଳ ସରିଚୁଆଁ ସେବା ସମବାୟ ସମିତିର ସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସେହିପରି ଉପସଭାପତି ଭାବେ ବାରଙ୍ଗ ବ୍ଲକ ବେଲ ଗୋଛିଆ ସମବାୟ ସମିତି ସଭାପତି ଅଶୋକ କୁମାର ରାଉତ ଏବଂ ବାଲିଆପଦା ସମବାୟ ସମିତି ସଭାପତି ଦିବାକର ସ୍ୱାଇଁ ନିର୍ବାଚିତ ହୋଇଥିଲେ । ସହସମ୍ପାଦକ ଭାବେ କହ୍ନେଇପୁର ସମବାୟ ସମିତି ସଭାପତି ଚଣ୍ଡୀ ପ୍ରସାଦ ମହାନ୍ତି ଏବଂ ଗତି ରାଉତ ପାଟଣା ସମବାୟ ସମିତି ସଭାପତି ସମର ବେହେରା ନିର୍ବାଚିତ ହୋଇଥିଲେ । କୋଷାଧ୍ୟକ୍ଷ ଭାବେ ଦାଢ଼ା ପାଟଣା ସମବାୟ ସମିତି ସଭାପତି ସଂଗ୍ରାମ କେଶରୀ ମହାପାତ୍ର ଦାୟୀତ୍ୱ ଗ୍ରହଣ କରିଥିଲେ ।
କାର୍ଯ୍ୟକାରିଣୀ କମିଟିରେ ସଞ୍ଜୟ କୁମାର ନାୟକ, ଭାସ୍କର ଚନ୍ଦ୍ର କର, ଶରତ ମହାପାତ୍ର, ବିବେକାନନ୍ଦ ପାଣି, ମିର୍ଜା ଅବୁଲ ବେଗ, ଦିଲ୍ଲୀପ କୁମାର ବିଶ୍ୱାଳ, ବଂଧୁ ଚରଣ ସାହୁ, ଗୋଲଖ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପ୍ରଧାନ, ଆର୍ତ୍ତତ୍ରାଣ ମହାପାତ୍ର, ଶ୍ରୀକାନ୍ତ ଖୁଣ୍ଟିଆ, ସୁଶାନ୍ତ ନାୟକ, ନକୁଳ ଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ଦାସ, ରାଜୀବ କୁମାର ବେହୁରା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ମନୋନୀତ ହୋଇଥିଲେ ।
ଏହି ସମବାୟ ସମିତି ସଭାପତି ସଂଘ ରାଜ୍ୟର ସମସ୍ତ ବ୍ଲକ ଅଂଚଳରେ କାର୍ଯ୍ୟ କରୁଥିବା କୃଷି ସମବାୟ ସମିତିର ସମ ଭାବାପନ୍ନ ସଭାପତି ମାନଙ୍କୁ ଏକାଠି କରି କୃଷି ଓ କୃଷକର ଉନ୍ନତି ପାଇଁ ଏକ ବୃହତ୍ତର ସଂଗଠନ ଗଠନର ଯୋଜନା ପ୍ରସ୍ତୁତ କରିବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସୂଚନା ଦେଇଥିଲେ ।