ସାଲେପୁର,୦୨/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ସ୍ଥିତ ଜଗନ୍ନାଥ ନର୍ସିଂ କଲେଜ ରେ ମାଲିକ ମାନଙ୍କ ବିବାଦ କୁ ନେଇ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଥିନେଇ ମାମଲା ବିଚରାଧିନ ରହିଛି। ଇତିମଧ୍ୟରେ ପିଲାମାନଙ୍କ ଙ୍କ ଭବିଷ୍ୟତ କୁ ନେଇ ଆଶଙ୍କା ରେ ଅଭିବାବକ।
କିଛିଦିନ ତଳେ ମାଲିକାଣୀଙ୍କ ଉପରେ ଆକ୍ରମଣ ହୋଇଥିଲା |ସିସିଟିଭି ଫୁଟେଜ କୁ ଆଧାର କରି ଅଭିଯୁକ୍ତ କୁ ଗିରଫ କରିବା ସହ ଘଟଣା ର ସତ୍ୟାସତ୍ୟ କୁ ଖୋଜୁଛି ସାଲେପୁର ପୋଲିସ। କଲେଜ ର ଆର୍ଥିକ କାରବାର କୁ ନେ଼ଇ ପଦ୍ମଜା ପ୍ରିୟଦର୍ଶିନୀ ମିଶ୍ର ଓ ଉଷାରାଣୀ ପଣ୍ଡା ଙ୍କ ଭିତରେ ହେଉଥିବା ମତ ଭେଦ ଏବେ ପିଲା ଙ୍କ ଭବିଷ୍ୟତ କୁ ଅନ୍ଧାର କୁ ଠେଲିଦେଇଛି ବୋଲି ଅଭିଯୋଗ କରୁଛନ୍ତି ଅଭିଭାବକ। ଏଭଳି ତୁମୁଳ କାଣ୍ଡ ପରେ ପିଲାମାନେ ଏବେ ଭୟଭୀତରହିଛନ୍ତି | ଠିକ୍ ସମୟ ରେ ପାଠ ପଢା ହେଉନି କି ଯୋଗ୍ୟ ବିବେଚିତ ଅଧ୍ୟାପକ ଙ୍କୁ କଲେଜ କର୍ତୃପକ୍ଷ ଅଧ୍ୟାପନା ର ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ ର ଏମିତି ଲମ୍ବା ଫର୍ଦ୍ଦ ଯୋଡ଼ିଛନ୍ତି ଅଭିଭାବକ। ଏହା ଭିତରେ ପିଲା ଙ୍କ ଭବିଷ୍ୟତ ଅନ୍ଧାର ଭିତରେ ରହୁଛି। ଅନେକ ଅଭିଭାବକ ମାଳ ମାଳ ଅଭିଯୋଗ ଧରି ପ୍ରଶ୍ନ ଉଠାଇଛନ୍ତି । ଯଦ୍ୱାରା ପିଲା ମାନଙ୍କ ଭବିଷ୍ୟତ କୁ ଅନ୍ଧାର ଭିତରେ ଠେଲି ଦିଆ ନଯାଉ ବୋଲି କହିଛନ୍ତି ଅଭିଭାବକ।