ଗରଦପୁର,୨୮/୦୩/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନାଗଣପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ସେନାପତି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗରଦପୁର ବ୍ଲକ୍ ମିଶନ ଶକ୍ତି ଫେଡ଼େରେସନ୍ ସମ୍ପାଦିକା ମମତା ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡ଼େଲଟା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ମନୋରଂଜନ କର ଯୋଗ ଦେଇଥିଲେ ।
ବୁଡ଼ି ଯାଉଥିବା ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ସହ ସଂସ୍କୃତି ପ୍ରତି ରୁଚି ରଖିବା ପାଇଁ ପିଲା ମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ । ମୋ ସ୍କୁଲ ଅଧ୍ୟକ୍ଷ ପ୍ରମୋଦ ଦାସ ଯୋଗଦେଇ ଉଦବୋଧନ ଦେଇଥିଲେ । ଛାତ୍ର ଛାତ୍ରୀମାନେ ପୁରାତନ ସଂସ୍କୃତିର ସଂଗୃହିତ ଜିନିଷ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଉର୍ମିଳା ପରିଡ଼ାଙ୍କ ସମେତ ଅଭିଭାବକମାନେ ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷକ ଅକ୍ଷୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
