ଜଗତସିଂହପୁର, ୨୨/୦୨/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା କୁ ଜି ହବ୍ ବା ବିକାଶ କେନ୍ଦ୍ର ଭାବେ ପରିଣତ କରିବା ପାଇଁ ଗତକାଲି ଅପରାହ୍ନରେ ନୀତି ଆୟୋଗର ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ତଥା କର୍ଯ୍ୟକ୍ରମ ନିର୍ଦ୍ଦେଶିକା ଆନ୍ନା ରଏ ଏବଂ ତାଙ୍କର ସହଯୋଗୀ ଟିମ୍ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ।
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ(ଆଇ ଏ ଏସ) ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଜର ବକ୍ତବ୍ୟ ରଖି ଜିଲ୍ଲା ର ଭୌଗୋଳିକ ଅବସ୍ଥିତି ସହ ଉପଲବ୍ଧ ସମସ୍ତ ରିସୋର୍ସ ବିଷୟ ରେ ଅବଗତ କରିଥିଲେ। ଜିଲ୍ଲା ରେ ଶିଆଳି ବେଳାଭୂମି ରେ ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ୍, ପାରାଦ୍ଵୀପ ବେଳାଭୂମି ରେ ଦୁଃ ସାହସିକ ସାମୁଦ୍ରିକ କ୍ରୀଡା, କ୍ରୁଜ ରାଇଡିଂ ଆଦି ବିଷୟ ଉପସ୍ଥାପନ କରିଥିଲେ। ଜିଲ୍ଲା ର ପାରାଦ୍ଵୀପ ବନ୍ଦର, ଏଠାରେ ଥିବା ବିଭିନ୍ନ କମ୍ପାନୀ ମାନଙ୍କ ଠାରୁ ଆଗତ ଉନ୍ନତି ମୂଳକ ପଦକ୍ଷେପ ସମ୍ପର୍କ ରେ ଆଲୋଚନା କରାଯାଇଥିଲା।
ଏଥି ସହିତ ଜିଲ୍ଲାପାଳ ଜିଲ୍ଲା ର ଭୌଗୋଳିକ ଅସୁବିଧା ଯେପରିକି ଲବନୀୟତା ଦ୍ବାରା ବେଳାଭୂମି କ୍ଷୟ ବିଷୟରେ ମଧ୍ୟ ଅବଗତ କରାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର୍ ରାଉତ ପି ପି ଟି ମାଧ୍ୟମ ରେ ଜିଲ୍ଲା ର ସମ୍ଭାବନା କ୍ଷମତା ଥିବା ଦିଗ ଯଥା କୃଷି, ଉଦ୍ୟାନ କୃଷି , ବନ୍ଦର, ରାସ୍ତାଘାଟ, ରେଳପଥ, ଅନ୍ୟ ରାଜ୍ୟ ତଥା ଜିଲ୍ଲା ସହ ସଂଯୋଗ,ମୃତ୍ତିକା ର ପ୍ରକାର ଭେଦ, ଖଣିଜ ସମ୍ପଦ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆଦି ବିଷୟ ରେ ବିଶଦ ବିବରଣୀ ପ୍ରଦାନ କରିଥିଲେ ।ସମସ୍ତ ତଥ୍ୟ ବିଷୟ ରେ ଅବଗତ ହେବା ପରେ ନୀତି ଆୟୋଗର ପ୍ରମୁଖ ଅର୍ଥନୈତିକ ପରାମର୍ଶ ଦାତା ସୁଶ୍ରୀ ଆନ୍ନା ରଏ ଏହି ସମସ୍ତ ସମ୍ପଦ ର ସଠିକ ଉପଯୋଗ କରି ଆସନ୍ତା ୨୫ ବର୍ଷ ପାଇଁ ଲକ୍ଷ୍ୟ ରଖି ଜିଲ୍ଲା ରେ ବିକାଶ କେନ୍ଦ୍ର ର ପରିକଳ୍ପନା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ର ବିକାଶ କେନ୍ଦ୍ର ରାଜ୍ୟ ତଥା ଦେଶର ବିକାଶ କେନ୍ଦ୍ର ବୋଲି ସେ ସୂଚାଇ ଦେଇଥିଲେ। ବିଶ୍ଵ ରେ ବଢୁଥିବା ଚାହିଦା କୁ ଆଖି ଆଗରେ ରଖି, ନୂତନ ଚିନ୍ତାଧାରା ସହ ଜିଲ୍ଲା ରେ ଜି ହବ୍ କୁ ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷ ରେ ସୁଶ୍ରୀ ରଏ ଜିଲ୍ଲା ର ଉପଲବ୍ଧ ପ୍ରାକୃତିକ ରିସୋର୍ସ ସହ ଭୌଗୋଳିକ, ଅର୍ଥନୈତିକ ତଥା କାର୍ଯ୍ୟରତ ପ୍ରୋଜେକ୍ଟ ର ଏକ ବ୍ଲୁ ପ୍ରିଣ୍ଟ ଦେବାପାଇଁ ପରାମର୍ଶ ଦେଇଥିଲେ।ଯାହା ର ଅନୁଶୀଳନ କରି ଆଗାମୀ ୨୫ ବର୍ଷ ର ଏକ ବିକାଶ ରୂପରେଖ ପ୍ରସ୍ତୁତ କରାଯିବ। 
ପ୍ରକାଶ ଥାଉକି, ଓଡ଼ିଶା ର କେବଳ ୪ ଗୋଟି ଜିଲ୍ଲା ଏହି ଜି ହବ୍ ବା ଗ୍ରୋଥ ହବ କର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ସେଥିରେ ସ୍ଥାନ ପାଇବା ଗୌରବ ର ବିଷୟ। ଅନ୍ୟ ଜିଲ୍ଲା ଗୁଡିକ ହେଲେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା।
ଏହି ବୈଠକ ରେ ଡି ଏଫ୍ ଓ, ରାଜନଗର ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ (ଆଇ ଏଫ୍ ଏସ),ବି ଡି ଏ ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ , ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପି ପି ଟି,ପି ପି ଏଲ୍, ଇଫକୋ, ଆଇ ଓ ସି ଏଲ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷ ରେ ଯୋଜନା ଓ ପରିସଂଖ୍ୟାନ ବିଭାଗ ର ଉପ ନିର୍ଦ୍ଦେଶିକା ଶ୍ରୀମତୀ ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
