ଦୁଃଖଦ ଖବର : ବିଶିଷ୍ଟ ସମାଜସେବୀ, ବୁଦ୍ଧିଜୀବୀ, ଆଇନଜ୍ଞ ରମା ଵଲ୍ଲଭ ରଥ ଙ୍କ ପରଲୋକ

ଭୁବନେଶ୍ୱର,୨୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶିଷ୍ଟ ସମାଜସେବୀ, ବୁଦ୍ଧିଜୀବୀ, ଆଇନଜ୍ଞ ରମା ଵଲ୍ଲଭ ରଥ ଆଉ ନାହାନ୍ତି । ବୀର ନରସିଂହପୁର ସ୍ଥିତ ନିଜସ୍ବ ବାସଭବନ ଠାରେ ୬୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଥିଲା।

ତାଙ୍କର ମର ଶରୀରକୁ ଗ୍ରାମରୁ ୬୦ ଫରେଷ୍ଟ ପାର୍କସ୍ଥିତ ବାସଭବନକୁ ଅଣାଯାଇଥିଲା। ଶନିବାର ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶରେ ମର ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଛି। ସ୍ବର୍ଗଦ୍ବାରରେ ତାଙ୍କ ପରିବାରର ସଦସ୍ୟଙ୍କ ସହିତ ରାଜ୍ୟର ବହୁ ଆଇନଜୀବୀ ରାଜନେତା ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *