କେନ୍ଦ୍ରାପଡାରେ ଇଦ୍- ଉଲ- ଜୁହା ପାଳିତ

କେନ୍ଦ୍ରାପଡ଼ା, ୧୭/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଇଦ୍-ଉଲ- ଜୁହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ।  ଏହା ହେଉଛି ମୁସଲମାନ ଭାଇମାନଙ୍କର ବଳିଦାନର ପର୍ବ । ଏହି ପର୍ବ ତିନିଦିନ ଧରି ପାଳନ ହେବାକୁ ଥିବା ବେଳେ ପ୍ରଥମ ଦିନ ସମୁହ ନମାଜ ପାଠ କରାଯାଇଥାଏ । ପୁରୁଣା ଇଦଘା, ନୂଆ ଇଦଘା, ମିନାର ମସଜିଦ୍, ଫକିରାବାଦ୍ ମସଜିଦ୍, ଜୟୀପୁରା, ରଣପଡା, ଗରାପୁର, ଭରତପୁର, ତିଳମାଦେଇପୁର ପ୍ରଭୃତି ମସଜିଦ୍ରେ ଆଜି ସମୁହ ନମାଜ ପାଠ କରାଯାଇଛି । ବକ୍ରି-ଇଦ୍ ରେ ମୁସଲମାନ ଭାଇ ଭଉଣୀମାନଙ୍କ ସହ ହିନ୍ଦୁ ଭାଇ ଭଉଣୀ ସାମିଲ ହୋଇ ଉତ୍ସବ ମନାଇଛନ୍ତି । କାରଣ କେନ୍ଦ୍ରାପଡ଼ା ହେଉଛି ଏକ ଭାଇଚାରାର ସହର । ଯାହା ଆଗୁରୁ ମିଳିମିଣି ଚଳି ଆସୁଥିଲେ । ଏବେବି ସେହି ଉଦାହରଣ ଦେଖିବାକୁ ମିଳୁଛି । ଜିଲା ପ୍ରଶାସନ ଓ ପୋଲିସର ସହଯୋଗରେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ପୌରପରିଷଦ ପକ୍ଷରୁ ପୈøରାଂଚଳର ପ୍ରତ୍ୟେକ ୱାର୍ଡରେ ସଫେଇ କାର୍ଯ୍ୟ ସଫଳତାର ସହ କରାଯାଇଛି ।

Leave a Reply

Your email address will not be published. Required fields are marked *