ଲୋକନାଥ ମହାବିଦ୍ୟାଳୟରେ ମାତୃଭାଷା ଦିବସ ପାଳିତ

ମା ମାଟି ଓ ମାତୃଭାଷା ର ପଟାନ୍ତର ନାହିଁ – ଅଧ୍ୟକ୍ଷ
ଗରଦପୁର, ୨୧/୦୨/୨୦୨୫(ଓଡ଼ିଶା ସମାଚାର)- ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ମୁଖ୍ୟ ଡ଼ ବିଚିତ୍ରା ମଂଜରୀ ତ୍ରିପାଠି ପୌରୋହିତ୍ୟ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତି ଯୋଗଦେଇ ମା ମାଟି ଓ ମାତୃଭାଷାର ପଟାନ୍ତର ନାହିଁ ଓ ଏହାକୁ ଭଲପାଇ ଶିଖ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।

ଏଥିରେ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ବିଜୟ କୁମାର ନାୟକ , ତୁଷାରକାନ୍ତ ପରିଡ଼ା, ଅଧ୍ୟାପକ ତପନ କୁମାର ଡ଼ୁଙ୍ଗୁରୀ, ଦୂର୍ଗା ପ୍ରସାଦ ସଢ଼ଙ୍ଗି, ଅଧ୍ୟାପିକା ରିଲୁଶ୍ରୀ ସାମନ୍ତରାୟ, ପୁଷ୍ପଲତା ଶତପଥି ପ୍ରମୁଖ ଯୋଗଦେଇ ଥିଲେ । ଓଡ଼ିଆ ବିଭାଗର ଚିନ୍ମୟୀ ଜେନା ମାତୃଭାଷା ଦିବସର ବୈଶିଷ୍ଟ ବର୍ଣ୍ଣନା କରିଥିଲେ । ସେହିପରି ସ୍ନେହାଂଜଳୀ ମହାପାତ୍ର ଭାଷାର ମହ୍ତ୍ୱ ସମ୍ପର୍କରେ ନିଜସ୍ୱ ମତ କରିଥିଲେ । ଛାତ୍ରୀ ଅନୁପମା ବାରିକ, ସୁୀହାସିନୀ ସାହୁ ନିଜର ମତ ଉପସ୍ଥାପନ କରିଥିଲେ । ଛାତ୍ରୀ ସୋନାଲୀ ରାଉତ ଦେଶାତ୍ମବୋଧ ସଙ୍ଗିତ ଗାଇଥିବାବେଳେ ଅଧ୍ୟାପକ ସୁରେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *