ଦେବରାୟ ନୟାପଲ୍ଲୀ କଲେଜର ରକ୍ତଦାନ ଶିବିର

ଭୁବନେଶ୍ୱର,୨୦/୦୧/୨୦୨୫ (ଓଡ଼ିଶା ସମାଚାର)- ଆଜି ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ୟୁଥ୍ ରେଡ୍କ୍ରସ, ଏନ୍.ଏସ୍.ଏସ୍. ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୬୦ ୟୁନିଟ୍ ରୁ ଊଦ୍ଧ୍ୱର୍ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ହର ରଥ, ଦେବରାୟ କଲେଜର ଅଧ୍ୟକ୍ଷା ରୀନା ଘଡ଼େଇ, ଯୁବ ରେଡକ୍ରସ କାର୍ଯ୍ୟକ୍ରମ ସଂଯୋଜିକା ଡ. ଭାରତୀ ମହାନ୍ତି, ଏନ.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ପୂର୍ଣ୍ଣଚନ୍ଦ୍ର ଦାସ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିରରେ ପ୍ରଶଂସା କରିବା ସହ ରକ୍ତଦାନ ଜୀବନ ଦାନ, ରକ୍ତର ଅଭାବରୁ କାହାକୁ ମରିବାକୁ ଦେବାନାହିଁ, ରକ୍ତଦାନ ମହାପୂଣ୍ୟ ଆଦି ବାର୍ତାର ପ୍ରଚାର ଓ ପ୍ରସାର ମାତ୍ରାଧିକ ହେଲେ ସମାଜରେ ଆହୁରି ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ମନୋଜ କୁମାର ସାହୁ ଓ ଜାତୀୟ ସେବା ଯୋଜନାର ସଭାପତି ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ବାମଦେବ ହେତା, ଡ. ସତ୍ୟବ୍ରତ ଦାସ, ଅଧ୍ୟାପକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଷୀରୋଦ, ବିଷ୍ଣୁ, ପ୍ରଦୀପ, ଚନ୍ଦନ, ଲକ୍ଷ୍ମୀଧର, ଜଗନ୍ନାଥ ଓ ଦିବ୍ୟଜ୍ୟୋତି ପ୍ରମୁଖ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *