୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ଉପସଭାପତି, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ କୋଷାଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର,୧୬/୧୦/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ ବିଜେପିର ନୂଆ କମିଟି ଗଠନ କରାଯାଇଛି। ଏଥିରେ ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ଉପସଭାପତି, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହା ଘୋଷଣା କରାଯାଇଛି।
ନବନିଯୁକ୍ତ ୪ ସାଧାରଣ ସମ୍ପାଦକ ହେଲେ ବିରଞ୍ଚି ନାରାୟଣ ତ୍ରିପାଠୀ (ପୁରୀ), ସାରଦା ପ୍ରସାଦ ଶତପଥୀ (ଭୁବନେଶ୍ଵର), ସୀମାଞ୍ଚଳ ଖଟେଇ (ସମ୍ବଲପୁର) ଏବଂ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ(କୋରାପୁଟ)।

ସେହିପରି ୧୦ ଉପସଭାପତି ହେଲେ ଡ. ଯତିନ ମହାନ୍ତି (ଖୋର୍ଦ୍ଧା ଜିଲା), ଅଶୋକ ମିଶ୍ର(ନୟାଗଡ଼), କୁସୁମ ଟେଟେ (ସୁନ୍ଦରଗଡ଼), ରମେଶ ଚନ୍ଦ୍ର ସାହୁ (ନବରଙ୍ଗପୁର), କେ. ନାରାୟଣ ରାଓ (ଗଜପତି), ଶିବାଜୀ ମହାନ୍ତି(ବଲାଙ୍ଗିର), ଭବେନ୍ଦ୍ର କୁମାର ପଣ୍ଡା (କଳାହାଣ୍ଡି), ସିପ୍ରା ବାଜପେୟୀ (ବାଲେଶ୍ଵର), ଦୁଦର୍ଶନ ଗୋୟଲ (ରାଉରକେଲା) ଏବଂ ବିଷ୍ଣୁ ଦାସ (କେନ୍ଦ୍ରାପଡ଼ା)।
ସେହିପରି ସମ୍ପାଦକ ପଦବୀରେ ସରୋଜ କୁମାର କର (କଟକ), କାଳନ୍ଦୀ ସାମଲ (ଅନୁଗୁଳ), ସ୍ମୃତି ପଟ୍ଟନାୟକ (କଟକ), ଡ. ପ୍ରୀତି ପ୍ରତିଭା ଭୋଳ (ପୁରୀ), ଭଗବାନ ମହାନ୍ତି (କନ୍ଧମାଳ), ପିଙ୍କି ପ୍ରଧାନ (ଭୁବନେଶ୍ୱର), ଇଂ. ରାମଚନ୍ଦ୍ର ହାଁସଦା (ମୟୂରଭଞ୍ଜ), ମମତା ସିଂହ (କେନ୍ଦୁଝର), ପୃଥ୍ବୀରାଜ ମହାପାତ୍ର (ଘୁମୁସର,ଆସିକା) ଏବଂ ସ୍ମିତା ପ୍ରଧାନ (ଜଗତସିଂହପୁର)।
କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ଅଗ୍ରଓ୍ବାଲ ଏବଂ ଯୁଗ୍ନ କୋଷାଧ୍ୟକ୍ଷ ଭାବେ ଦିବାକର ହରିଚନ୍ଦନଙ୍କୁ ନିଯୁକ୍ତ କରାଯାଇଛି।
