ଭୁବନେଶ୍ୱର,୧୦/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ବିଧାନସଭାର ବିଭାଗୀୟ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି-ଏକ୍ସ (ଶକ୍ତି)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ପାୱାର ହାଉସ ଛକ ନିକଟରେ ଥିବା ଟିପିି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)ର ବିଦୁ୍ୟତ ବଂଟନ ପ୍ରଯୁକ୍ତି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନର ଲକ୍ଷ୍ୟ ହେଉଛି ଓଡ଼ିଶା ବିଦୁ୍ୟତ ବଂଟନ ବ୍ୟବସ୍ଥାରେ ଡିଜିଟାଲ ଭିତିଭୂମି ଓ ପରିଚାଳନାରେ ଚାଲିଥିବା ଉନ୍ନତିର ସମୀକ୍ଷା କରିବା ।
ଷ୍ଟାଣ୍ଡିଂ କମିଟି-ଏକ୍ସ (୨୦୨୫-୨୬)ର ଅଧ୍ୟକ୍ଷ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳରେ ବିଧାୟକ ସରୋଜ କୁମାର ପ୍ରଧାନ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପ୍ରଯୁକ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ । ତାଙ୍କ ସହିତ ଗ୍ରୀଡକୋର ପରିଚାଳନା ନିର୍ଦ୍ଧେଶକ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏବଂ ଟିପିିସିଓଡିଏଲ୍ ର ନେତୃତ୍ୱ ଦଳ ଉପସ୍ଥିତ ଥିଲେ । ଟିପିସିଓଡିଏଲ୍ ଅଧିକାରୀମାନେ କମିଟି ସଦସ୍ୟଙ୍କୁ ସୁରଭାଇଜରି କଂଟ୍ରୋଲ ଓ ଡାଟା ଆକ୍ୱିଜିସନ (ସ୍କାଡା) ପ୍ଲାଟଫର୍ମ କିଭଳି ବିଦୁ୍ୟତ
ନେଟୱର୍କର ବାସ୍ତବ ସମୟ ନିରୀକ୍ଷଣ କରିବା ସହିତ ବୁଦ୍ଧିମତାର ସହ ତ୍ରୁଟିକୁ ଅଲଗା କରୁଛି ଏବଂ ଗ୍ରୀଡ୍ ପରିଚାଳନାକୁ ସ୍ୱୟଂକ୍ରିୟ କରପିାରିଛି ତାହା ବୁଲି ଦେଖାଇଥିଲେ । କମିଟିର ସଦସ୍ୟମାନଙ୍କୁ ବିଦୁ୍ୟତ ବଂଟନ ପ୍ରଯୁକ୍ତି କେନ୍ଦ୍ରର ଦକ୍ଷତା ବିଷୟରେ ଅବଗତ କରାଯାଇଥିଲା ଯେଉଁଥିରେ ରହିଛି କେନ୍ଦ୍ରୀୟ ବିଦୁ୍ୟତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିିଏସସିସି) ଓ ଗୁରୁତ୍ୱୂର୍ଣ୍ଣ ଏରିଆ ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ଏପିଏସସିସି) ।
ଏହି ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକ ମିଳିତ ଭାବେ କାମ କରୁଛି ଯାହା ଦ୍ୱାରା ୨୪ ଘଂଟା ନିରୀକ୍ଷଣ, ନିରବଚ୍ଛିନ୍ନ ଯୋଗାଣ ପରିଚାଳନା ଏବଂ ଟିିସଓଡିଏଲର ସମଗ୍ର ନେଟୱର୍କରେ ବିଦୁତ୍ ବିଭ୍ରାଟର ଦ୍ରୁତ ସମାଧାନ ସୁନିଶ୍ଚିତ କରାଯାଇପାରୁଛି । ପ୍ରଯୁକ୍ତିରେ ହୋଇଥିବା ଏହି ଉଲ୍ଲେଖନୀୟ ପ୍ରଗତି ସମ୍ପର୍କରେ କମିଟିର ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ‘ବିଦ୍ୟୁତ ବଂଟନ ପ୍ରଯୁକ୍ତି କେନ୍ଦ୍ରରେ ମୁତୟନ କରାଯାଇଥିବା ଅତ୍ୟାଧୁନିକ ବ୍ୟବସ୍ଥା ବାସ୍ତବରେ ପ୍ରଶଂସାଯୋଗ୍ୟ ।
ବାତ୍ୟା ଓ ଉଗ୍ରବାଦ ଭଳି ଜରୁରୀକାଳୀନ ଓ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିବାକୁ ଏହି କେନ୍ଦ୍ରରେ ଉତମ ବ୍ୟବସ୍ଥା ରହିଛି ।’’ ଟିପିିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କମିଟିର ପରିଦର୍ଶନ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ‘ଷ୍ଟାଣ୍ଡିଂ କମିଟିର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରି ଏବଂ ସେମାନଙ୍କ ସାମ୍ନାରେ ଓଡ଼ିଶା ବିଦୁ୍ୟତ ବଂଟନ କ୍ଷେତ୍ରରେ ଜାରି ରହିଥିବା ରୂପାନ୍ତରଣକୁ ପ୍ରଦର୍ଶନ କରି ଆମେ ଗର୍ବିତ । ନବସୃଜନ, ପ୍ରଯୁକ୍ତି ଓ ଗ୍ରାହକ କୈନ୍ଦ୍ରିକ ସେବା ଜରିଆରେ ଆମେ ପରିଚାଳନାକୁ ସୁଦୃଢ଼ କରିବା ଜାରି ରଖିଥିବା ବେଳେ ସେମାନଙ୍କ ମତାମତ ବେଶ ମୂଲ୍ୟବାନ ଅଟେ ।’’
