ସାଲେପୁର,୨୦/୦୨/୨୦୨୫(ଓଡ଼ିଶା ସମାଚାର)- ସାଲେପୁର ଏସଡିପିଓ ଭାବେ ବିରଂଚି ନାରାୟଣ ପତି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଏସଡିପିଓ ଶ୍ରୀ ପତି ମଙ୍ଗଳବାର ସନ୍ଧ୍ୟାରେ ଏଠାରେ କାର୍ଯ୍ୟରତ ଥିବା ଏସଡିିପିଓ ନିହାର ରଞ୍ଜନ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଏସଡିପିଓ କାର୍ଯ୍ୟାଳୟର କର୍ମଚାରୀଙ୍କ ଠାରୁ ଆରମ୍ଭକରି ଉପଖଣ୍ଡ ଅଧୀନ ବିଭିନ୍ନ ଥାନାର ଆଇଆଇସିମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
ଏହି ଅବସରରେ ସାଲେପୁର ଆଦର୍ଶ ଥାନାର ଆଇଆଇସି ମନୋଜ କୁମାର ସ୍ୱାଇଁ, ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଯୁଗଳ କିଶୋର ଦାସ, କିଶନଗର ଥାନା ଆଇଆଇସି ଦୁର୍ଗେଶ ନନ୍ଦିନୀ ମହାନ୍ତି, ନେମାଳ ଥାନା ଆଇଆଇସି ସୁନିଲ କୁମାର ନାୟକ, ମାହାଙ୍ଗା ଥାନା ଆଇଆଇସି ତପନ କୁମାର ରାଉତ, ଭଦ୍ରେଶ୍ୱର ଥାନା ଆଇଆଇସି କଲ୍ୟାଣୀ ସିଂହ ପ୍ରମୁଖ ନୂତନ ଏସଡିିପିଓ ଶ୍ରୀ ପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ସୂଚନା ମୁତାବକ ଶ୍ରୀ ପତି ପୂର୍ବରୁ ଜଗତପୁର ଥାନାର ଆଇଆଇସି ରହିବା ସହ କମିସନରେଟ ପୁଲିସ ଅଧୀନ ବିଭିନ୍ନ ଥାନାର ଜଣେ ଦକ୍ଷ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏବେ ସେ ପୁରୀ ଜିଲା ପିପିଲିର ଏସଡିପିଓ ଭାବେ କାର୍ଯ୍ୟ କରି ସେଠାରୁ ସାଲେପୁର ଏସଡିପିଓ ଭାବେ ବଦଳି ହୋଇଛନ୍ତି । ଏଠାରେ କାର୍ଯ୍ୟ କରୁଥିବା ନିହାର ରଞ୍ଜନ ପ୍ରଧାନଙ୍କର ଖୋର୍ଦ୍ଧା ଏସଡିପିଓ ଭାବେ ବଦଳି ହୋଇଥିବା ଜଣାପଡିଛି । ଅପରପକ୍ଷେ ଉପଖଣ୍ଡ ଅଧୀନ ବିଭିନ୍ନ ଅଂଚଳରେ ସର୍ବଦା ଆଇନ ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ନୂତନ ଏସଡିପିଓ ଶ୍ରୀ ପତି କାର୍ଯ୍ୟରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
1 total views , 1 views today