କଟକ ସଦର,୧୧/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ୍ ଗ୍ରାମର ଗ୍ରାମଦେବତୀ ଇଷ୍ଟଦେବୀ ମା’ ଧବଳେଶ୍ଵରୀ ଙ୍କ ତିନି ଦିନିଆ ୧୦ମ ବାର୍ଷିକ ଯଜ୍ଞ ମହୋତ୍ସବ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ଉଦଯାପିତ ହୋଇଯାଇଛି।

ଉଦଘାଟନ ଦିବସରେ ୧୦୮ ମହିଳା ମାନଙ୍କ ର କଳସ ଶୋଭାଯାତ୍ରାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ଯାଜ୍ଞିକ ବ୍ରାହ୍ମଣ ଓ ଵିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କାର୍ୟ୍ୟକ୍ରମ ଆରମ୍ଭ ହୋଇଥଲା।
ଉଦଯାପନ ଦିବସରେ ଗ୍ରାମ କମିଟି ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦେଶକ ଷ୍ଟେଜ୍ କିଙ୍ଗ୍ ଗଗନ ବିହାରୀ ଜେନା ସଙ୍ଗୀତରେ ମଞ୍ଚ ଦୁଲୁକେଇ ଥିବା ବେଳେ ‘ମୋନାଲିସା କାହିଁ ଛାଡି ଗଲୁ ମୋତେ’ ଗୀତ ଦର୍ଶକଙ୍କ ମନ ମୋହି ଥିଲା। 
