କୋଣାର୍କ ହାଇସ୍କୁଲ ୧୯୮୮ ବ୍ୟାଚ୍ ବନ୍ଧୁମିଳନ

କୋଣାର୍କ,୨୦/୦୨/୨୦୨୫(ଓଡ଼ିଶା ସମାଚାର)- ବୁଧବାର ରାମଚଣ୍ଡୀ ପୀଠରେ କୋଣାର୍କ ହାଇସ୍କୁଲର ୧୯୮୮ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଦୀର୍ଘ ୩୬ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଦିବଂଗତ ବନ୍ଧୁ ନରେନ୍ଦ୍ର ଗୋଛାୟତଙ୍କ ନିଧନରେ ସମୂହ ଦୁଃଖପ୍ରକାଶ କରିବା ସହିତ ନିରବ ପ୍ରାର୍ଥନା କରିଥିଲେ ।

ପରେ ଉପସ୍ଥିତ ସମସ୍ତ ମହିଳାମାନେ ମୃତ୍ୟୁ ପରେ ନିଜ ନିଜର ଅଙ୍ଗଦାନ କରି ସମାଜ ପାଇଁ କିଛି କରି ଦେଖାଇବାକୁ ସମୂହ ଶପଥ ନେଇଥିଲେ । ସମାଜର ବିବିଧ କ୍ଷେତ୍ରରେ ପ୍ରତିଷ୍ଠିତ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ଜୀବନାନୁଭୂତିକୁ ସପରିବାର ଉପସ୍ଥିତ ରହି ନିଜ ନିଜ ମଧ୍ୟରେ ପରି୍ରକାଶ କରିଥିଲେ । ପୁରାତନ ଛାତ୍ର ପଣ୍ଡିତ ଅମରେଶ୍ୱର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ବନ୍ଧୁ ମିଳନକୁ ପୁରାତନ ଛାତ୍ର ପୂର୍ଣଚନ୍ଦ୍ର ମୁଦୁଲି ସଂଯୋଜନା କରିଥିଲା ବେଳେ ପୁରାତନ ଛାତ୍ର ଅବନୀ ଭୂଷଣ ବାରିକଙ୍କ  ଆବାହକତ୍ୱରେ  ଆୟୋଜିତ ହୋଇଥିଲା ।

କାର୍ଯ୍ୟକ୍ରମକୁ ଆଡ୍ଭୋକେଟ ବିଜୟ କୁମାର ମହାନ୍ତି, ରଶ୍ମିରଞ୍ଜନ ବିଶ୍ୱାଳ, ମିଟୁ ପ୍ରଧାନ, ଶଶିଭୂଷଣ ବାରିକ, ନିଗମାନନ୍ଦ ପରିଡ଼ା, ସୁଷମା ପୃଷ୍ଟି, ପୀତବାସ ବେଉରା, ରମେଶ ଚନ୍ଦ୍ର ବେହେରା ଓ ସୁଶାନ୍ତ କୁମାର ବେଉରା, ଦିଲ୍ଲୀପ କୁମାର ଜେନା, ପବିତ୍ରମୋହନ ପ୍ରଧାନ, ଶରତ ସାହୁ, ମାନସ ପଣ୍ଡିଆ, ମୀନକେତନ ସ୍ୱାଇଁ, ମନୋଜ ନାୟକ, ନଟବର ନାୟକ, ଝରଣା ରାଉତରାୟ, ମୀରା ସାହୁ, ନିରୂମା ପ୍ରଣିଗ୍ରାହୀ, ସେହେନାଜ ଅକ୍ତର, ନିବେଦିତା ନାୟକ, ମିନତୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *