ଯାଜପୁର, ୦୮/୦୪/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲାରେ ଅନୁଷ୍ଠିତ ହେବାକୁ ଯାଊଥିବା ଚଳିତ ସାଧାରଣ ଲୋକ ସଭା ଓ ରାଜ୍ୟ ବିଧାନ ସଭା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲା ପ୍ରଶାସନ, ନୂତନ ଭାବେ ଯୋଗଦାନ କରିଥିବା ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଯାଜପୁର ଲୋକ ସଭା ଆସନ (୮) ଅନ୍ତର୍ଗତ ବିଂଝାରପୁର (୪୮) ବିଧାନସଭା ନିର୍ବାଚନ ମଣ୍ଡଳୀ ବରୀ (୪୯), ବଡଚଣା (୫୦), ଧର୍ମଶାଳା (୫୧), ଯାଜପୁର (୫୨), କୋରାଇ (୫୩) ଏବଂ ସୁକିନ୍ଦା (୫୪) ବିଧାନ ସଭା ନିର୍ବଚନ ମଣ୍ଡଳୀ ଗୁଡିକରେ ଲୋକସଭା ଏବଂ ସଂପୃକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀର ମତଦାନ ଆସନ୍ତା ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ । ଯାଜପୁର ଲୋକ ସଭା ଆସନ (୮) ପାଇଁ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ରିଟର୍ଣ୍ଣିିଂ ଅପିଂସର ଭାବେ କାର୍ଯ୍ୟ କରିବା ସହ ବିଂଝାରପୁର (୪୮) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ବରୀ (୪୯) ପାଇଁ ଅତିରିକ୍ତ ଉପ-ଜିଲାପାଳ ଶ୍ରୀମତୀ ନରୁପମା ଜାଲି, ବଡଚଣା (୫୦) ଓ ଧର୍ମଶାଳା (୫୧) ପାଇଁ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର (୫୨) ଓ କୋରାଇ ୫୩) ପାଇଁ ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ ଏବଂ ସୁକିନ୍ଦା (୫୪) ପାଇଁ ଅତିରିକ୍ତ ଜିଲାପାଳ କଳିଙ୍ଗ ନଗର ଶ୍ରୀ ଲେଙ୍କଶ୍ୱର ଅମାତ ରିଟର୍ଣ୍ଣିିଂ ଅପିଂସର ଭାବେ କାର୍ଯ୍ୟ କରିବେ ।
ଆଜି ଅପରାହ୍ନରେ ଜିଲାପାଳ ଓ ଜିଲ୍ଳ୍ା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିିଂ ଅପିଂସର, ସହକାରୀ ରିଟର୍ଣ୍ଣିିଂ ଅପିଂସର ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଜିଲା କୋଷାଗାର ସନ୍ନିକଟ ଓୟାର ହାଉସ୍ ଠାରେ ଇଭିଏମ୍ ଗୁଡିକର ରାଣ୍ଡୋମାଇଜେସନ ପ୍ରକି୍ରୟା ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମ୍ୱନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଆଚରଣ ବିଧି ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟର ନିର୍ବାଚନ ପରିଚାଳନା ପ୍ରକ୍ରିୟା ନିର୍ବାଚନ କମିଶନର ଙ୍କ ନିର୍ଦ୍ଧେଶମତେ ଶାନ୍ତି ଶୃଙ୍ଖଳାର ସହ ଯେପରି ସମାପନ ହେବ ସେଥିପ୍ରତି ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିିଂ ଅପିଂସର, ସହକାରୀ ରିଟର୍ଣ୍ଣିିଂ ଅପିଂସର ଯତ୍ନବାନ ହେବାକୁ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣ ନିଦ୍ଧେ ର୍ଶ ଦେବା ସହ ନିର୍ବାଚନ ପରିଚାଳନାରେ ସମସ୍ତ ରାଜନୈତିକ ଦଳ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।