ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ଉଦଯାପିତ

ଲୋକନୃତ୍ୟରେ ଦୁଲୁକିଲା ଭୀମଭୋଇ କଳାମଂଚ
ରେଢ଼ାଖୋଲ,୧୮/୦୨/୨୦୨୫(ଓଡ଼ିଶା ସମାଚାର)- ସମ୍ବଲପୁର ଜିଲା ରେଢ଼ାଖୋଲ ସହରର ସ୍ଥାନୀୟ କଦମ୍ବ ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ୨୧ ତମ ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ଉଦଯାପିତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ରେଢ଼ାଖୋଲ ଉପଜିଲାପାଳ ରଶ୍ମି ରଞ୍ଜନ ମହନ୍ତ ପ୍ରମୁଖ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ଏହି ମହୋତ୍ସବରେ ବିଭିନ୍ନ ପାରମ୍ପାରିକ ନୃତ୍ୟ ଦଳ ନୃତ୍ୟ କଳା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଏଥିରେ ଅଭିନେତ୍ରୀ ଭୂମିକାଙ୍କ ସମେତ ସୋନାକ୍ଷି ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ, ଘୁମୁରା ନୃତ୍ୟ କଳାହାଣ୍ଡି, ଢୋଲ ମହୁରୀ ବଲାଙ୍ଗୀର, ଛଉ ନୃତ୍ୟ ଗଞ୍ଜାମ, ପଂଚବାଦ୍ୟ ସମ୍ବଲପୁର, ପ୍ରଣାମ ଅନୁଷ୍ଠାନ ରେଢ଼ାଖୋଲ, ଫେସନ୍ ସୋ ସମ୍ବଲପୁର ଦଳ ନିଜ କଳା ପ୍ରଦର୍ଶନ କରିଥିଲେ । ଏଥିରେ କଙଋଶିଳ୍ପୀ କରନ୍ ରାଜ, କିରନ ଦାସ, ବ୍ରହ୍ମ କୁମାର ସମେତ ଅନ୍ୟ କଳାକାରମାନେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ମହୋତ୍ସବରେ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା ଯଥା ସେବା କ୍ଷେତ୍ରରେ କିଶୋରୀ ତ୍ରିପାଠୀ, କ୍ରୀଡା କ୍ଷେତ୍ରରେ ଆଦର୍ଶ ବେହେରା, କୃଷି କ୍ଷେତ୍ରରେ ପାର୍ବତୀ ସେଠୀ ପ୍ରମୁଖ ଙ୍କ ସମେତ ଅନ୍ୟ ସୁନାମଧନ୍ୟ କଳାକାର ମାନଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *