କଟକ ସଦର ,୧୪/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଚା ଖଟି କରି ସଂଗଠନ କୁ ସୁଦୃଢ଼ କରିବା ସହିତ ଲୋକଙ୍କ ମୌଳିକ ସମସ୍ୟା ସହିତ ଯୋଡି ହୋଇ ସମାଧାନ ର ରାସ୍ତା ବାହାର କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରବିବାର ସଂଧ୍ୟାରେ ଉତ୍ତରକୂଳ ପଞ୍ଚାୟତ ସୁଦାମଵତୀ ଠାରେ ପ୍ରଫେସର ନାୟକ ଚା ପେ ଚର୍ଚ୍ଚାରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ସାହୁ, ସର୍ବେଶ୍ଵର ସ୍ୱ।ଇଁ, ଅମିତାଭ ମହାପାତ୍ର,ଇଜାଜ ଖାଁ, ସନ୍ତୋଷ ସ୍ୱ।ଇଁ, ଶାରଦା ପ୍ରଶନ୍ନ ସାହୁ, କରୁଣାକର ସିଂ, ବିଜୟ ସ୍ୱ।ଇଁ, ବିଜୟ ସାହୁ, ନୃସିଂହ ଭୋଇ, ଜ୍ୟୋତିରଞ୍ଜନ ସେଠୀ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
