କେନ୍ଦ୍ରାପଡ଼ା,୨୫/୦୪/୨୦୨୫(ଓଡ଼ିଶା ସମାଚାର)-କାଶ୍ମୀରର ପହଲଗାଁଓ ପର୍ଯ୍ୟଟନ ସ୍ଥଳରେ ଜେହାଦୀମାନେ ଯେପରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ବାଛି ବାଛି ନୃଶଂସ ଭାବେ ହତ୍ୟା କଲେ ତାହାକୁ କେନ୍ଦ୍ରାପଡା ଜିଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ଦୃଢ ନିନ୍ଦା କରିଛି । ଗୁରୁବାର ସନ୍ଧ୍ୟାରେ ମହାସଂଘର ସଭାପତି ଶରତ କୁମାର ବେହୁରାଙ୍କ ଆହ୍ୱାନରେ ମହାସଂଘର କାର୍ଯ୍ୟାଳୟରେଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
ସମଗ୍ର ଦେଶପାଇଁ ଜେହାଦୀମାନଙ୍କ ଏପରି ବର୍ବରକାଣ୍ଡ ଏକ କଠୋର ଆହ୍ୱାନ ବୋଲି ଦର୍ଶାଇ ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଗୁଡିକ ନିଜକୁ କେବଳ ମହାନ ଭାରତବର୍ଷର ସନ୍ତାନ ବୋଲି ମନେକରି ଜେହାଦୀ ନିପାତ ପାଇଁ ଦେଶବାସୀ ସମ୍ପୂର୍ଣ୍ଣ ଏକଜୁଟ ହେବାକୁ ଶୋକସଭାରେ ମତବ୍ୟକ୍ତ କରାଯାଇଥିଲା ।
ଏହି ଦୁଃଖଦ ଘଟଣାରେ ନିହତମାନଙ୍କ ଅମରଆତ୍ମାର ସଦଗତି କାମନା ପୂର୍ବକ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ସଂଯୋଜକ ଚନ୍ଦନ କୁମାର ପରିଡା, ଉପଦେଷ୍ଟା ଗଙ୍ଗାଧର ପରିଡା, ଭାଗିରଥି ଜେନା, ତରୁଣ ପ୍ରଧାନ, ଡ. ଚୈତନ୍ୟ ଚରଣ ପରିଡା, ଅମରବର ବିଶ୍ୱାଳ, ଗୋଲଖ ପରିଡା, ଉମାକାନ୍ତ ବଳ, ସୁମନ୍ତ ରାଉତ, ସଂଗ୍ରାମ ଜେନା, ଅକ୍ଷୟ କୁମାର ମେକାପ, ଶାନ୍ତିସ୍ୱରୂପ ଭୂୟାଁ, ଚିତରଞ୍ଜନ ବଳ ପ୍ରମୁଖ ସାମିଲ ଥିଲେ ।
