କଟକ ସଦର,୧୮/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଧାୟକ ତଥା ରାଜ୍ୟ ର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରା ଙ୍କ ଆଜି (ମଙ୍ଗଳବାର ଦିନ) ୧୦ ମ ବାର୍ଷିକ ଶ୍ରାଦ୍ଧୋତ୍ସବ ୪୨ ମୈ।ଜା ପୂଜ୍ୟପୂଜା ଭବନ ଠାରେ ଅଗ୍ରଣୀ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ, ପାଟଣା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପ୍ରତିଷ୍ଠାନର ଉପଦେଷ୍ଟା ଶରତ ରାୟ, ସଭାପତି ସରୋଜ ନଳିନୀ ପରିଜା,ଉପ ସଭାପତି ଉପେନ୍ଦ୍ର ବାରିକ୍, ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ କାଳିନ୍ଦୀ ପ୍ରେମୀ ଯୋଗଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେହିପରି ବେଲେଶ୍ୱର ମୁକ ବଧିର ହାଇସ୍କୁଲ ଠାରେ ଶରତ ରାୟ ଙ୍କ ତତ୍ତ୍ୱାବଧାନରେ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି ।
