ବାଲିବିଲି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ  ଅନୁଷ୍ଠିତ ।

 ଯାଜପୁର , ୧୯/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):- ବରୀ ବ୍ଲକ ଅନ୍ତର୍ଗତ ବାଲିବିଲି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପ୍ରସାରି ବାର୍ତ୍ତା  ପ୍ରଦାନ କରିଥିବା ଏହି କାର୍ଯକ୍ରମ  ସରକାର ଗ୍ରାମାଞ୍ଚଳ ମାନଙ୍କରେ କରିଥିବା ଜନହିତକର ଯୋଜନା ଗୁଡିକ କିଭଳି ଭାବରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରିବ ତାହାକୁ ନେଇ ପ୍ରତ୍ୟେକ ପଞ୍ଚାୟତରେ ଲୋକଙ୍କୁ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ  ଆୟୋଜିତ କାର୍ଯ୍ୟକ୍ରମରେ କୁନିକୁନି ପିଲାମାନଙ୍କ ଦ୍ଵାର ସାଂସ୍କୃତିକ  କାର୍ଯ୍ୟକ୍ରମ ନୃତ୍ୟ,ସଙ୍ଗୀତ ଓ ପାଲା ପରିବେଷଣ କରାଯାଇଥିଲା । ପରେ ଏକ  ସମ୍ବର୍ଦ୍ଧନା କାର୍ଯକ୍ରମ କରାଯାଇଥିଲା । ଏହି ଶିବିରକୁ  ସରପଞ୍ଚ ମଧୁସ୍ମିତା ସାମଲ ଆନୁଷ୍ଠାନିକ ଭାବେ  ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ,ଗ୍ରାମ ରୋଜଗାର ସେବକ ତନ୍ମୟ ପରିଡା,ମାନଗୋବିନ୍ଦ ସାମଲ,ଭୋଳିନାଥ ମଲିକ,ପ୍ରକାଶ ପରିଆଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ତାଙ୍କ ପଂଚାୟତରେ ବ୍ୟାପକ  ଉନ୍ନତି ମୁଳକ କାର୍ଯକ୍ରମ ହାତକୁ ନୂଆ ଯାଇଛି ଯାହାକି ଲୋକଙ୍କ ସୁବିଧା ପାଇଁ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗାଇଦେଇଛନ୍ତି, ନିଜ ଅଭିଭାଷଣରେ ଶ୍ରୀମତୀ ସାମଲ କହିଥିବା ବେଳେ ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା  ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *