ଅରିଲୋ ଆଶ୍ରମରେ ଚତୁର୍ଦ୍ଧଶୀ ମେଳା ଉଦଯାପିତ

ଗରଦପୁର, ୨୪/୫/୨୦୨୪ (ଓଡ଼ିଶା ସମାଚାର)- ଅରିଲୋ ଶିଶୁ ଅନନ୍ତ ଆଶ୍ରମରେ ୫୫ତମ ବାର୍ଷିକ ଚତୁର୍ଦ୍ଧଶୀମେଳା ଉଦଯାପିତ ହୋଇ ଯାଇଛି । ପଦ୍ମଶ୍ରୀ ବାବା ବଳିଆଙ୍କ ପୌରୋହିତ୍ୟରେ ଆୟୋଜିତ ମେଳା ଅକ୍ଷୟ ତୃତିୟା ରୁ ଆରମ୍ଭ ହୋଇ ଚନ୍ଦନ ପୂର୍ଣ୍ଣିମା ରେ ଶେଷ ହୋଇଛି । ଏହି ଅବସରରେ ବାବା ବଳିଆ କହିଲେ ଯେ ମାନବବାଦର ପ୍ରତିଷ୍ଠାରେ ହିଁ ବିଶ୍ୱ ସ୍ଥାପନା ସମ୍ଭବ ହୋଇ ପାରିବ । ଧର୍ମ ଓ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଅଯଥା ବିଭେଦ ଓ ସଂଘର୍ଷ ହିଁ ବିଶ୍ୱ ଅଶାନ୍ତି ର ମୂଳ କାରଣ ହୋଇଅଛଇ । ତେଣୁ ମଣିଷ ଭିତରେ ମଣିଷ ପଣିଆର ଭାବନା ପ୍ରତିଷ୍ଠା ମୂଳ ଲକ୍ଷ ହେଉ ବୋଲି ବଳିଆ କହିଥିଲେ । ଏହି ଅବସରରେ ଆଶ୍ରମ ପ୍ରାଙ୍ଗଣରେ ବିଶ୍ୱଶାନ୍ତି ପାଇଁ ସର୍ବ ଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ପ୍ରତ୍ୟହ ନାମ ଯଜ୍ଞ, ଘୃତ ଯଜ୍ଞ , କଥା ଯଜ୍ଞ , ଦୀପ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିନ୍ନ ଭିନ୍ନ ଦିବସରେ ଶିଶୁ ଅନନ୍ତ ମହାପ୍ରଭୁଙ୍କର ନୀଳ ମାଧବ ବେଶ, ଲକ୍ଷ୍ମୀ ବେଶ, ନୃସିଂହ ବେଶ ଓ ଦଧି ବାମନ ବେଶ ରେ ସୁସଜିତ ହୋଇ ଦର୍ଶନ ଦେଇଥିଲେ । ଅନନ୍ତଙ୍କର ଚଳନ୍ତି ବିଗ୍ରହ ରାଧା ମୋହନ ପ୍ରତ୍ୟହ ଚନ୍ଦନ ଚାପରେ ନାବକେଳି ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲା ତଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ , ବିହାର, ମଧ୍ୟପ୍ରଦେଶ ଆଦି ଅଂଚଳରୁ ଭକ୍ତମାନେ ମେଳାରେ ଯୋଗଦାନ କରିଥିଲେ । ଆଶ୍ରମର ମୁଖପତ୍ର ଅନନ୍ତ ପ୍ରଭା ପତି୍ରକାର ୫୦ବର୍ଷ ଉତ୍ସବ ପାଳନ ଅବସରରେ ଡ଼ ସ୍ୱୀ ଚିଦାନନ୍ଦ ବ୍ରହ୍ମଚାରୀଙ୍କ ଦ୍ୱାରା ଲିଖିତ ଖନା ବଳିଆ ବଚନ ଓ ଗବତ ଗୀତାର ମୂଳ ଶ୍ଳୋକାବଳୀ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଶିଶୁ ଅନନ୍ତ ଆଶ୍ରମରେ ଆୟୋଜିତ ଏହି ମେଳାକୁ ଶ୍ରୀଦାସ ଦାସ, ମନୋଜ ଦାସ, ବିମ୍ବାଧର ଦାସ, ଡ଼ ସ୍ୱାମୀ ଚିଦାନନ୍ଦ , ସଂଜୟ ଦାସ , ପ୍ରମୋଦ ଖୁଂଟିଆ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଚରଳନ କରିଥିଲେ ।

Leave a Reply

Your email address will not be published. Required fields are marked *