କେନ୍ଦ୍ରାପଡା ପୌରସଂସ୍ଥାରେ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା,୧୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରପାଳିକା ପରିସରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ସରିତା ସାହୁ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ପୌରାଂଚଳବାସୀଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶାସନ ସଚିବ ଉଷା ପାଢ଼ୀ ଓ ପୌର ପ୍ରଶାସନ ନିର୍ଦ୍ଧେଶକ ଦେବାଶିଷ ସିଂହଙ୍କ ସ୍ୱାକ୍ଷର ସମ୍ବଳିତ ପ୍ରଶଂସାପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କେନ୍ଦ୍ରାପଡା ପୌରସଂସ୍ଥାର ଲାଇସେନ୍ସ ଇନ୍ସପେକ୍ଟର ସଂଜୀବ କୁମାର ମହାନ୍ତି, ନିର୍ମାଣ ବିଭାଗର ବରିଷ୍ଠ କର୍ମଚାରୀ ମାନସ ରଞ୍ଜନ ମହାନ୍ତି ଓ ଅଶୋକ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହି ପ୍ରଶଂସା ପତ୍ରକୁ କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ପୌରନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌର ସଦସ୍ୟ ନିରାକାର ସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ଜୟନ୍ତୀ ପାଣି, ଅସୀମା ନାୟକ, ଚୌଧୁରୀ ସୁକୁମାର ଦାସ ଓ ପୂର୍ବତନ ପୌର ସଦସ୍ୟ ହିରଣ୍ୟ ପଣ୍ଡାଙ୍କ ସମେତ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *