କେନ୍ଦ୍ରାପଡା ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରକୁ ଆକର୍ଷଣୀୟ ଧର୍ମୀୟ ପର୍ୟ୍ୟଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର

ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କେନ୍ଦ୍ରାପଡା ସ୍ଥିତ ଶ୍ରୀ ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ୟ୍ୟଟନ କ୍ଷେତ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର।

ଏହି ପରିପ୍ରେକ୍ଷୀରେ ମାନ୍ୟବର ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀ ରାଜ ହରିଚନ୍ଦନ ଙ୍କ ଅଧ୍ୟକ୍ଷତାରେ ମନ୍ଦିରର ଉନ୍ନତୀକରଣ ଓ ଉନ୍ନୟନ କାର୍ୟ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମନ୍ଦିର ପରିସର ଓ ଚର୍ତୁପାର୍ଶ୍ଵର ବିଭିନ୍ନ ଉନ୍ନୟନ କାର୍ୟ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

ଏହି ବୈଠକରେ ମାନ୍ୟବର କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା , ମହାକାଳପଡ଼ା ବିଧାୟକ ଡଃ ଦୁର୍ଗା ପ୍ରସନ୍ନ ନାୟକ, ଆଇନ ବିଭାଗ ଦ୍ଵିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ରାଜ୍ୟ ଦେବୋତ୍ତର ଆୟୁକ୍ତ ଶ୍ରୀ ଲଲାଟେନ୍ଦୁ ଜେନା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ,କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ , ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *